ଅସନ୍ତୁଷ୍ଟଙ୍କୁ ନିରାଶ କଲେ ନରସିଂହ – ତଥାପି ନିରଞ୍ଜନ ହଟାଅ ପାଇଁ ଅଣ୍ଟା ଭିଡିଛନ୍ତି ବିରୋଧୀ

Published By : Prameya-News7 Bureau | November 17, 2019 IST

ଭୁବନେଶ୍ୱର ୧୭।୧୧ -   କାଲି ଯିବେ ଦିଲ୍ଲୀ | ଏହା ଆଗରୁ ବଳ ବଢେଇବାକୁ ବିଧାୟକ ଦଳ ନେତାଙ୍କ ଦୁଆରକୁ ଯାଇଥିଲେ | ହେଲେ ସବୁ ପାଣିଚିଆ ହୋଇଗଲା | କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ନିରାଶ କରିଛନ୍ତି ନରସିଂହ | କାଲି ଏକ ୧୫ ଜଣିଆ ଅସନ୍ତୁଷ୍ଟ ଦଳ ଦିଲ୍ଲୀ ଅଭିମୁଖେ ଯିବ |

{"id":185706,"sizeSlug":"large"}

ରବିବାର ବିଧାନସଭା ଛୁଟି ଦେଖି ନରସିଂହ ମିଶ୍ରଙ୍କ ବାସଭବନରେ ପହଞ୍ଚିଥିଲେ ନିରଞ୍ଜନ ହଟାଅ ଗୋଷ୍ଠୀ | ହେଲେ ନରସିଂହ ସମର୍ଥନ ଦେବା ତ ଦୂରର କଥା, ଏ ପ୍ରସଙ୍ଗରେ ଆଲୋଚନା ବି କରିବେ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ | ବାହାରକୁ ଆସି ଅସନ୍ତୁଷ୍ଚ ନେତା ଏହା କହିଥିଲେ କି, ସେମାନେ ପିସିସି ପ୍ରସଙ୍ଗ ନୁହେଁ ବରଂ ବିଧାନସଭାରେ ନରସିଂହଙ୍କ ବଳିଷ୍ଠ ପ୍ରଦର୍ଶନ ଲାଗି ଅଭିନନ୍ଦନ ଜଣାଇବାକୁ ଆସିଥିଲେ | ସେପଟେ ନରସିଂହ କହିଛନ୍ତି, କଂଗ୍ରେସର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସେ କିଛି କହିବାକୁ ଚାହାନ୍ତି ନାହିଁ | ଗୋଷ୍ଠୀ କନ୍ଦଳ କଂଗ୍ରେସଠୁ ବେଶୀ ବିଜେପିରେ | ମିଡିଆ ତାହା ଦେଖାଉ |

{"id":185707,"sizeSlug":"large"}

ତେବେ ନରସିଂହ ନିରାଶ କରିଥିଲେ ବି ଅସନ୍ତୁଷ୍ଟଙ୍କ ବିରୋଧ କିନ୍ତୁ ଜାରି ରହିବ | କାଲି ଅପରାହ୍ନରେ ୧୫ ଜଣିଆ ଟିମ୍ ଯିବ ଦିଲ୍ଲୀ | କିଛି ବରିଷ୍ଠ ନେତାଙ୍କଠୁ ଆପଏଣ୍ଟମେଣ୍ଟ ମିଳିଛି | ହେଲେ ଏବେ ବି ସୋନିଆଙ୍କ ଗ୍ରୀନ୍ ସିଗନାଲ ଆସିନି | ପୁଣି ଆସନ୍ତା ସପ୍ତାହରେ ଆଉ ଏକ ଗୋଷ୍ଠୀ ଦିଲ୍ଲୀ ଯାଇ ପିସିସିର ନବକଳେବର ଲାଗି ଦାବି କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି |  ସେପଟେ ଏ ସବୁ ଆକ୍ଚିଭିଟିକୁ ଦେଖି ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି |

{"id":185708,"sizeSlug":"large"}

ଫାଭିଓ ନିରଂଜନ ହଟନ୍ତୁ, ମହମ୍ମଦ ମୋକ୍କିମ ଆସନ୍ତୁ | ଗଲା ୨୦ ଦିନ ହେଲା କଂଗ୍ରେସ ରାଜନୀତିରେ ଏହାକୁ ନେଇ ହଟଚମଟ | ସେପଟେ ରାଜ୍ୟ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ହେମାନନ୍ଦ ବିଶ୍ୱାଳ, କାହ୍ନୁ ଲେଙ୍କା, ମତଲୁବ ଅଲ୍ଲୀ, ସଂଧ୍ୟା ମହାପାତ୍ରଙ୍କ ଭଳି ନେତାମାନେ ବି ନିରଞ୍ଜନ ହଟାଓ ସପକ୍ଷରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.