Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ପ୍ରସଙ୍ଗ : ନରସିଂହ କହିଲେ ମମତା ଯାହା କହୁଛନ୍ତି ଠିକ୍ କହୁଛନ୍ତି

4/02/2019 at 11:59 AM

ଭୁବନେଶ୍ବର ୪|୨:  ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଗଣତନ୍ତ୍ର ପ୍ରତି ବିପଦ ଦେଖାଦେଇଛି ବୋଲି କହିଛନ୍ତି ନରସିଂହ । ଦେଶର ଜଣେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଏକ ସଭାରେ ଯେଭଳି ଭାବେ ଗାଳି ଦେଲେ ତାହା ଐତିହାସିକ । ଏମିତି ଭାଷା କୌଣସି ପ୍ରଧାନମନ୍ତ୍ରୀ କେବେ ବ୍ୟବହାର କରିନଥିଲେ । ରାଜନୈତିକ ଉଦ୍ଦେଶ୍ୟରେ ସିବିଆଇକୁ ବ୍ୟବହାର କରାଯାଉଛି । ବିରୋଧୀଙ୍କୁ ଡରାଇବା ପାଇଁ କେତେବେଳେ ନୋଟିସ୍ ତ କେତେବେଳେ ଗିରଫ ଭୟ ଏବଂ ଗିରଫ ବି କରାଯାଉଛି । ଗଣତନ୍ତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମମତା ବାନାର୍ଜୀ ଯାହା କହୁଛନ୍ତି ତାହା ଠିକ୍ କହୁଛନ୍ତି । ସିବିଆଇ ଅଧିକାରୀ ଅଟକ ଅଛନ୍ତି କି ନୁହେଁ, ତାହା ପ୍ରଶ୍ନବାଚୀ । ଯଦି ଅଟକ ଥିଲେ, ମୁକ୍ତି ହେଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ରୋଜ୍ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମ୍ ମାମଲା ନେଇ ସିବିଆଇ ଓ କୋଲକାତା ପୋଲିସ ମୁହାଁମୁହିଁ ହୋଇଥିଲେ । କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଟିମ୍ ପଚରାଉଚରା କରିବାକୁ ଯିବାକୁ ନେଇ କୋଲକାତାରୁ ଆରମ୍ଭ କରି ସାରା ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିବା ସିବିଆଇର ୫ ଜଣ ଅଧିକାରୀଙ୍କୁ ଅଟକ ରଖିଥିଲା କୋଲକାତା ପୋଲିସ। ତେବେ ପରେ ପୋଲିସ ସେମାନଙ୍କୁ ଛାଡିଦେଇଛି । କୋଲକାତା ପୋଲିସ କମିଶନରଙ୍କ ଉପରେ ସିବିଆଇ ରେଡ୍ କୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଖାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍  କରିଛନ୍ତି । ଏହା ଗଣତନ୍ତ୍ର ଉପରେ ଆକ୍ରମଣ ଏବଂ ଦେଶର ସମ୍ବିଧାନ ତଥା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ମମତା ବାନାର୍ଜୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଇଶାରାରେ ସିବିଆଇ କାମ କରୁଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଗଣତନ୍ତ୍ର ବଞ୍ଚାଅ ନାରା ଦେଇ  ସତ୍ୟାଗ୍ରହରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। କେନ୍ଦ୍ରସରକାରଙ୍କ ବିରୋଧରେ ଏହି ଧାରଣା ଜାରି ରହିବ ବୋଲି କହିଛନ୍ତି ମମତା।

   Related Posts