ବିଜେଡି ପାଖରେ ସଂଖ୍ୟା ଅଛି : ନରସିଂହ , ରାଜ୍ୟସଭା ପ୍ରାର୍ଥୀ ନେଇ କଂଗ୍ରେସର ପ୍ରତିକ୍ରିୟା
9/03/2020 at 3:15 PM

ଭୁବନେଶ୍ବର ୯/୩: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ୪ଟି ଆସନରେ ବିଜେଡି ପ୍ରାର୍ଥୀ ଜିତିବା ସ୍ପଷ୍ଟ । ବିଜେଡିକୁ ୧୧୪ ଭୋଟ ଦରକାର । ବିଜେଡିର ୧୧୩ ବିଧାୟକ ଓ ଜଣେ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି ।
ବିଜେପି ପ୍ରାର୍ଥୀ ଦେଲେ ବି ପରାଜିତ ହେବ ବୋଲି ନରସିଂହ କହିଛନ୍ତି । ସେପଟେ ରାଜ୍ୟସଭା ପ୍ରାର୍ଥୀ ନେଇ ନିଷ୍ପତ୍ତି ହୋଇନଥିବା ବିଜେପି କହିଛି । ପ୍ରାର୍ଥୀ ଦିଆଯିବ କି ନାହିଁ ସେନେଇ ଏଯାଏ ନିଷ୍ପତ୍ତି ହୋଇନଥିବା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ପୂର୍ବରୁ ବିଜେଡି ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ସୁବାସ ସିଂ, ମୁନ୍ନା ଖାଁ, , ସୁଜିତ କୁମାର, ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛି ବିଜେଡି ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021