କିରୋସିନି କୋଟାକୁ ନେଇ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

Published By : Prameya-News7 Bureau | August 01, 2019 IST

ଭୁବନେଶ୍ବର ୧|୮:  ବିଧାନସଭା ଶୂନ୍ୟକାଳରେ କିରୋସିନ କୋଟାକୁ ନେଇ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କିରୋସିନ କୋଟାକୁ ନେଇ ଉଭୟ ବିରୋଧୀ ଦଳ ନେତା ଓ ଯୋଗାଣ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତି କର ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ନରସିଂହ ।

ଗତକାଲି ବିରୋଧୀ ଦଳର ନେତା କହିଥିଲେ, କିରୋସିନ କଲବଜାରୀ ହେଉଛି । ଯେଉଁମାନେ କିରୋସିନ ନେଉ ନାହାନ୍ତି ତାହା ଯାଉଛି କୁଆଡେ। ଏହାପଛରେ ଶାସକ ଦଳର ବିଧାୟକମାନେ ରହିଥିବା ଅଭିଯୋଗ କରିଥିଲେ ନରସିଂହ । ଯାହାକୁ ନେଇ ନରସିଂହ ଆପତ୍ତି ଉଠାଇବା ସହିତ ସ୍ବାଧୀକାର କମିଟିକୁ ଏହା ପଠାଯାଉ ବୋଲି ଦାବି କରିଥିଲେ । କମିଟି ନିଷ୍ପତ୍ତି ନେବ କିଏ ଠିକ୍ କିଏ ଭୁଲ୍ । ଆଉ ଯିଏ ଦୋଷୀ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ବାଚସ୍ପତି ଅନୁଧ୍ୟାନ କନ୍ତୁ ବୋଲି  କହିଛନ୍ତି ନରସିଂହ ।

ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ବିଭାଗ କଳାବଜାରୀକୁ ପ୍ରୋତ୍ସାହିତ କରୁଛି । ତେବେ ବିଧାୟକଙ୍କୁ କହିବା ମୋର ଉଦ୍ଦେଶ୍ୟ ନଥିଲା। ବିରୋଧୀ ଦଳ ନେତା କହିଛନ୍ତି ଯଦି ମୋର ଭୁଲ୍ ଥିବ ତାହେଲେ ମୁଁ କ୍ଷମା ମାଗିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.