ଶଙ୍କରାଚାର୍ଯ୍ୟ , ଗୋବର୍ଦ୍ଧନ ପୀଠ ଏହାର ଉତ୍ତରାଧିକାରୀଙ୍କୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

Published By : Prameya-News7 Bureau | November 17, 2019 IST

ଭୁବନେଶ୍ୱର ୧୭।୧୧ - ଶଙ୍କରାଚାର୍ଯ୍ୟଙ୍କ ସରନେମ୍ ସରସ୍ୱତୀ ହେବା ନେଇ ଉଠିଛି ପ୍ରଶ୍ନ । ବରିଷ୍ଠ ବିଧାୟକ ତଥା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଥୋଇଛନ୍ତି ପୂର୍ବତନ ଶଙ୍କରାଚାର୍ଯ୍ୟଙ୍କ ଉଇଲ୍ ତଥ୍ୟ ।   ଦେବୋତ୍ତର ଆଇନ ପରିସରରୁ ପୁରୀ ଗୋବର୍ଦ୍ଧନ ପୀଠ ବାଦ୍ ନିଷ୍ପତ୍ତି ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

{"id":185814,"sizeSlug":"large"}

 ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ କଣ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ନୁହଁନ୍ତି? ଏମିତି ଏକ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।  ଶଙ୍କରାଚାର୍ଯ୍ୟଙ୍କ ସରନେମ୍ ସରସ୍ୱତୀ ହେବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସରକାର ଶଙ୍କରାଚାର୍ଯ୍ୟଙ୍କ ମଠକୁ ଦେବୋତ୍ତର ଆଇନରୁ ମୁକ୍ତ କରିଛନ୍ତି । ତେଣୁ ଗୋବର୍ଦ୍ଧନ ମଠର ପରିଚାଳନା ଏଣିକି ସଂପୂର୍ଣ୍ଣ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ହାତରେ । 

{"id":185815,"sizeSlug":"large"}

ଯାହାକୁ ନେଇ ବିବାଦର ସୂତ୍ରପାତ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।  ନରସିଂହ କହିଛନ୍ତି, ୧୯୯୫ରେ ସେ ଆଇନ ମନ୍ତ୍ରୀ ଥିବା ବେଳେ ଏବେର ଶଙ୍କରାଚାର୍ଯ୍ୟ ଦାୟିତ୍ୱ ନେଇଥିଲେ । ତେବେ ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ଇଚ୍ଛାପତ୍ର  ମୁତାବକ ତାଙ୍କର ଉତ୍ତରାଧିକାରୀଙ୍କ ଦେବତୀର୍ଥ ସରନେମ୍ ରହିବ । ହେଲେ ତାଙ୍କ ପରବର୍ତ୍ତୀ ଶଙ୍କରାଚାର୍ଯ୍ୟ ନିଜକୁ ଦେବତୀର୍ଥ ନୁହେଁ ବରଂ ସରସ୍ୱତୀ ଭାବେ ପରିଚୟ ଦେଇ ଆସିଛନ୍ତି ।

{"id":185816,"sizeSlug":"large"}

- ଦେବୋତ୍ତର ଆଇନ ଅନୁଯାୟୀ, ଗୋବର୍ଦ୍ଧନ ପୀଠ ନିଜର ଆୟବ୍ୟୟ ହିସାବ ପ୍ରତିବର୍ଷ ଦାଖଲ କରିବା କଥ ।  କିନ୍ତୁ ନରସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ ବିଭାଗ କହିଛି, ଗଲା ୧୦ ବର୍ଷ ହେଲା ଗୋବର୍ଦ୍ଧନପୀଠ ଏହା ଦାଖଲ କରିନାହିଁ । ସରକାର କାହିଁକି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି

ଏହି ପ୍ରସଙ୍ଗରେ ଗୋବର୍ଦ୍ଧନା ପୀଠ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.