ପ୍ରତାପ ଦେବଙ୍କ ଅଭିଯୋଗର ଜବାବ ରଖିଲେ ନରସିଂହ ମିଶ୍ର, କହିଲେ, ‘ଗୋଲ୍ ପୋଷ୍ଟ ଆମେ ବଦଳଉନୁ’

Published By : Prameya-News7 Bureau | September 08, 2021 IST

ଭୁବନେଶ୍ବର ୮।୯: ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅଭିଯୋଗ ଉପରେ ଜବାବ ରଖିଲେ ନରସିଂହ ମିଶ୍ର । ଗୋଲ୍ ପୋଷ୍ଟ ଆମେ ବଦଳଉନୁ । ଗୃହରେ ମରୁଡ଼ି ପ୍ରସଙ୍ଗରେ ଦୁଇ ଦିନ ଧରି ଆଲୋଚନା ହୋଇଛି । ପୂର୍ବରୁ କେବେ ଏହିପରି ହୋଇନାହିଁ । ଐତିହାସିକ ଆଲୋଚନା ହୋଇଛି । ସାର ଅଭାବ, ଜଳ ସେଚନ ନେଇ ଆଲୋନା ହୋଇଛି । ତାଙ୍କର ବୋଧେ ଆଉ ଶାସକ ଦଳରେ ବସିବାର ନାହିଁ, ବିରୋଧୀ ଦଳରେ ବସିବାର ଅଛି। ତାଙ୍କର ଏଭଳି ବକ୍ତବ୍ୟ ପାଇଁ ତାଙ୍କୁ ଦୟା କରୁଛି ।

ବାଚସ୍ପତିଙ୍କୁ ଘେରାଉ ନେଇ ପ୍ରତିକ୍ରିୟା ରଖିଲେ ନରସିଂହ। କହିଲେ ବାଚସ୍ପତି ଡାକ୍ତର ପାଖକୁ ଚିକିତ୍ସା ପାଇଁ କହିବାରୁ ମାନବିକତା ଦୃଷ୍ଟିରୁ ଛାଡିଲୁ। ପୁଣି ଅପରାହ୍ନ ସାଢେ ୩ଟାରୁ ବାଚସ୍ପତିଙ୍କୁ ପୁଣି ଘେରାଓ କରାଯିବ। ବାଚସ୍ପତିଙ୍କ ମାନବିକତା ନାହିଁ। ତାରା ପ୍ରସାଦ ବାହିନୀପତି ଗୃହରେ ପ୍ରତିବାଦ କରୁଥିବା ବେଳେ ଅସୁସ୍ଥ ହୋଇ ତଳେ ବସିପଡିଲେ । ବାଚସ୍ପତିଙ୍କୁ ଅନୁରୋଧ କଲୁ ଗୃହକୁ ମୁଲତବୀ କରିବା ପାଇଁ ହେଲେ କଲେ ନାହିଁ। କିନ୍ତୁ ବିରୋଧୀ ସଦସ୍ୟଙ୍କ ମାନବିକତା ଅଛି।  ଯଦି ବାଚସ୍ପତିଙ୍କୁ ଆମେ ଘେରି ନଥିଲୁ ବୋଲି କହୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ସୋମବାର ସରକାର ପ୍ରସ୍ତାବ ଆଣିବେ, ମଙ୍ଗବାର ଦିନ ବିଜେପି ମୁଲତବୀ ଆଣିବେ ଏବଂ ବୁଧବାର ଦିନ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିବ। ସେହି ଅନୁସାରେ ବୁଧବାର କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଦୁର୍ନୀତି ନାଁ ଶୁଣୁ ଶୁଣୁ ସରକାର ଡରିଯାଉଛନ୍ତି । ଯେଉଁଥି ପାଇଁ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ। ସର୍ବଦଳୀୟ ବୈଠକର ନିଷ୍ପତ୍ତିକୁ ଗ୍ରହଣ କଲେ ନାହିଁ ବାଚସ୍ପତି। ସର୍ବଦଳୀୟ ନିଷ୍ପତ୍ତି ଅନୁସାରେ ଗୃହ ଚାଲିବା କଥା ହେଲେ ଖୋଦ ବାଚସ୍ପତି ଏହାକୁ ମାନୁନାହାନ୍ତି। ସେଥିପାଇଁ ବାଚସ୍ପତିଙ୍କୁ ଆମେ ଘେରାଉ କରିଥିଲୁ ବୋଲି କହିଛନ୍ତି ନରସିଂହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.