କୋଲକାତା ୧୯/୫: ନାରଦା ଷ୍ଟିଙ୍ଗ ମାମଲାରେ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କୁ କୋର୍ଟରୁ ଆଶ୍ବସ୍ତି ମିଳିପାରିଲା ନାହିଁ। ସୁବ୍ରତ ମୁଖାର୍ଜୀ, ଫରହାଦ ହକିମ, ମଦନ ମିତ୍ରା ଏବଂ ଶୋଭନ ଚାଟାର୍ଜୀଙ୍କୁ ଜାମିନ ଆବେଦନ ଉପରେ ଶୁଣାଣି ଗୁରୁବାର ଦିନ ୨ଟାରେ ହେବ। ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ଜଷ୍ଟିସ୍ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ୍ ଅର୍ଜିତ ବାନାର୍ଜୀ କରିବେ।
ଏହି ମାମଲାକୁ ବାହାରକୁ ସ୍ଥାନାନ୍ତର କରିବାକୁ ସିବିଆଇ କୋଲକାତା ହାଇକୋର୍ଟରେ ଆବେଦନ କରିଛି । ଏଥିରେ ସିବିଆଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନାଁ ମଧ୍ୟ ସାମିଲ କରିଛି। ପିଟିଆଇ ଅନୁସାରେ, ନାରଦା ଷ୍ଟିଙ୍ଗ ଟେପ ମାମଲାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ସିବିଆଇ ଦ୍ବାରା ଦାଏର କରାଯାଇଥିବା ଆବେଦନରେ ବେଙ୍ଗଲର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆଇନ ମନ୍ତ୍ରୀ ମଳୟ ଘଟକଙ୍କୁ ପକ୍ଷକାର କରାଯାଇଛି।
ସୂଚନାଯୋଗ୍ୟ, ନାରଦା ଟିଭି ନ୍ୟୁଜ ଚ୍ୟାନେଲ ମ୍ୟାଥ୍ୟୁ ସାମୁଏଲ ୨୦୧୪ରେ ଷ୍ଟିଙ୍ଗ ଅପରେସନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ ତୃଣମୂଳ କଂଗ୍ରେସରୀ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କ ଭଳି ଚେହେରା ଲାଭ ବଦଳରେ ଏକ କମ୍ପାନୀରୁ ଟଙ୍କା ନେଉଥିବା ଦେଖିବାକୁ ମିଳିଥିଲା । ଏହି ଟେପ୍ ୨୦୧୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସାର୍ବଜନୀନ କରାଯାଇଥିଲା। କୋଲକାତା ହାଇକୋର୍ଟ ମାର୍ଚ୍ଚ ୨୦୧୭ରେ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।