Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିରେ ଜୀବିତ ହେଲା ଜିନ୍ନାଙ୍କ ଜିନ୍ନ, ନାରଦ ରାୟ ପଚାରିଲେ-ପାକିସ୍ତାନରେ କାହିଁକି ମଜାର ଯାଇଥିଲେ ଆଡଭାନୀ ?

9/11/2021 at 3:55 PM

ବଲିଆ୯।୧୧:  ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏବେ ପ୍ରସଙ୍ଗ ପାଲଟିଛନ୍ତି ମହମ୍ମଦ ଅଲ୍ଲୀ ଜିନ୍ନା। ସମାଜବାଦୀ ପାର୍ଟି (ସପା)ସଭାପତି ଅଖିଳେଶ ଯାଦବ ପ୍ରଥମେ ଜିନ୍ନାଙ୍କୁ ନେଇ ବୟାନ ଦେଇଥିଲେ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଜିନ୍ନାଙ୍କ ଜିନ୍ନ ପୁଣି ଜୀବନ୍ୟାସ ପାଇଥିବା ବେଳେ  ହିନ୍ଦୁ-ମୁସଲମାନ ଓ ବିଜେପି-ସପା ରାଜନୈତିକ ବୟାନବାଜୀ ପର୍ବ ଆରମ୍ଭ ହୋଇଯାଇଛି।

କିଛି ଦିନ ପୂର୍ବେ ବିଜେପିର ସଦର ବିଧାୟକ ତଥା ମନ୍ତ୍ରୀ ଆନନ୍ଦ ସ୍ୱରୂପ ଶୁକ୍ଳ ରାଜ୍ୟରେ ମୁସଲମାନଙ୍କୁ ଖୁସି କରିବା ଲାଗି  ଅଖିଳେଶ ଇସ୍ଲାମ ମଧ୍ୟ ସ୍ୱୀକାର କରିପାରନ୍ତି ବୋଲି କହିଥିଲେ। ଏବେ ଏହାର ଜବାବ ରଖିଛନ୍ତି ନାରଦ ରାୟ, କହିଛନ୍ତି ଏପରି ବୟାନବାଜୀ କରିବା ବେଳେ ବିଜେପିକୁ ପ୍ରଥମେ ନିଜକୁ ଦେଖୁ। ଗତ ଦିନରେ ଆଡଭାନୀ ପାକିସ୍ତାନ ଗସ୍ତରେଥିବା ବେଳେ ଚାଦର ଚଢାଇବାକୁ ଜିନ୍ନାଙ୍କ ମଜାରକୁ କାହିଁକି ଯାଇଥିଲେ ବୋଲି ପଚାରିଛନ୍ତି। ଏଣୁ କୌଣସି ବୟାନବାଜୀ ପୂର୍ବରୁ ପ୍ରଥମେ ନିଜକୁ ପଚାରି ବୁଝିବା ଦରକାର ବୋଲି ପୂର୍ବତନ ମନ୍ତ୍ରୀ ନାରଦ ରାୟ ବଲିଆରେ କହିଛନ୍ତି।

ସେ କହିଛନ୍ତି ଯେ ବିଜେପି ନେତା ପ୍ରଥମେ ତାଙ୍କ ଦଳର ଇତିହାସ ପଢ଼ନ୍ତୁ। ସ୍ୱାଧୀନତା ସଂଗ୍ରାମରେ ଜିନ୍ନାଙ୍କ ଭୂମିକାକୁ ସ୍ମରଣ କରି ଆଡଭାନୀ ତାଙ୍କ ମଜାରକୁ ଚାଦର ଚଢେଇବାକୁ ଯାଇଥିଲେ। ଏହି ଯୋଗଦାନ ଲାଗି ସପା ସଭାପତି ଅଖିଳେଶ ଯାଦବ ମଧ୍ୟ ଜିନ୍ନାଙ୍କୁ  ସ୍ମରଣ କରିଥିଲେ। ତେବେ ଏଥିରୁ ରାଜନୈତିକ ଲାଭ ପାଇଁ ଅଖିଳେଶଙ୍କ ବୟାନକୁ ବିଜେପି ନେତାମାନେ ଜନତାଙ୍କ ସମ୍ମୁଖରେ ତ୍ରୁଟିପୂର୍ଣ୍ଣ ଉପସ୍ଥାପନ କରି ସମାଜରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ରାୟ କହିଛନ୍ତି।

ବିଜେପି ଦେଶରେ ସାମାଜିକ ଅସ୍ଥିରତା ସୃଷ୍ଟି କରୁଥିବା ଦେଶବାସୀ ଜଣି ସାରିଲେଣି ବୋଲି ରାୟ ଗଣମାଧ୍ୟମକୁ କହିଛନ୍ତି। ଏଣୁ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଲାଣି। ଏଥର ଲୋକେ ବିଜେପିର ଚରିତ୍ରକୁ ଠିକ୍ ଭାବେ ବୁଝିଛନ୍ତି ଓ ଆଗାମୀ ବିଧାନସଭା ନିର୍ବାଚନରେ ତାର ଜବାବ ଦେବେ ବୋଲି କହିଛନ୍ତି। ତେବେ କେବଳ ନାରଦ ରାୟ ନୁହନ୍ତି ଜିନ୍ନା ପ୍ରସଙ୍ଗରେ ସପାର ଅନ୍ୟ ନେତାମାନେ ମଧ୍ୟ ଏବେ ରାଜ୍ୟରେ ଅଭିଯାନ ଆରମ୍ଭ କରିଦେଇଛନ୍ତି।  

   Related Posts