ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ମୁକୁନ୍ଦ ନରବଣେ

Published By : Prameya-News7 Bureau | December 31, 2019 IST

ନୂଆଦିଲ୍ଲୀ ୩୧।୧୨ - ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ମନୋଜ ମୁକୁନ୍ଦ ନରବଣେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନରବଣେ ୨୮ତମ ସ୍ଥଳସେନା ମୁଖ୍ୟ । ସେ ୧୩ ଲକ୍ଷ ସୈନିକ ଥିବା ଭାରତୀୟ ସେନାର ମୁଖ୍ୟ ଭାବେ କାର୍ଯ୍ୟଭାର ତୁଲାଇବେ । ଏହା ପୂର୍ବରୁ ବିପନ ରାଓ୍ୱତ ସ୍ଥଳସେନା ମୁଖ୍ୟ ପଦରେ ରହିଥିଲେ। ସେ ୩ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି । ଏବେ ରାଓତଙ୍କୁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଭାବେ ନିଯୁକ୍ତି ଦିଆଯାଇଛି ।

{"id":204994,"sizeSlug":"large"}

ଏହା ପୂର୍ବରୁ ନରବଣେ ଉପସେନା ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ । ଏହା ପୂର୍ବରୁସେ ଇଷ୍ଟ କମାଣର ନେତୃତ୍ୱ କରୁଥିଲେ । ଚୀନ ସଂଲଗ୍ନ ୪ ହଜାର କିଲୋମିଟର ଦୀର୍ଘ ସୀମାର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ ।

ଏହି କାର୍ଯ୍ୟଭାର ଗ୍ରହଣ ସମୟରେ ଏହା ଏକ ସମ୍ମାନର କଥା । ନୂଆ ଦାୟିତ୍ୱ ସହ ନୂଆ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିବ ବୋଲି ନରବଣେ କହିଛନ୍ତି । ଫୋକସ କରାଯାଉଥିବା କ୍ଷେତ୍ରରେ ତତ୍କାଳ କିଛି କହିବା ଠିକ୍‌ ହେବନି । ଆସୁଥିବା ସମୟ ଅନୁସାରେ ଆଗକୁ ବଢିବୁ ବୋଲି ନରବଣେ କହିଛନ୍ତି ।

ଜେନେରାଲ ନରବେ ୩୭ ବର୍ଷର କାର୍ଯ୍ୟକାଳରେ ଅନେକ କମାଣ ଓ ଷ୍ଟାଫ ନିଯୁକ୍ତିରେ ଅଂଶଗ୍ରହଣ କରିଛନ୍ତି । ଜାମ୍ମୁ କାଶ୍ମୀର ଓ ଉତ୍ତର ପୂର୍ବାଞ୍ଚଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସମୟରେ ବେଶ୍‌ ଭଲ ଭାବରେ ନିଜର ଦାୟିତ୍ୱ ତୁଲାଇଛନ୍ତି ।

ଜେନେରାଲ୍‌ ନରବଣେ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲସ୍‌ର ବାଟାଲିୟନର ଦାୟିତ୍ୱରେ ରହିଥିଲେ । ଏହା ସହ ଇଷ୍ଚ ଫ୍ରଣ୍ଟରେ ପଦାତିକ ବାହିନୀ ବ୍ରିଗେଡ୍‌ର ନେତୃତ୍ୱ ନେଇଥିଲେ । ଶ୍ରୀଲଙ୍କାରେ ଭାରତୀୟ ଶାନ୍ତି ସେନାର ଅଂଶ ବିଶେଷ ଥିଲେ । ମିଆଁମାରରେ ସେ ଭାରତୀୟ ଦୂତାବାସରେ ଡିଫେନ୍ସ ଆଟାଚ୍‌ ଭାବେ କାର୍ଯ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.