Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ପାହାଡରୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ, ପୋଷାକ ଦେଖି ଚିହ୍ନିଲେ ପରିବାର ଲୋକେ

21/09/2021 at 11:17 AM

ପୁରୁଷୋତ୍ତମପୁର, ୨୧।୦୯ :  ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିକଟ ରତନେଇ ପାହାଡ଼ରୁ ପୋଲିସ ନର କଙ୍କାଳ ଜବତ କରିଛି ।

ସୂଚନାନୁସାରେ, ମନ୍ଦାର ଗ୍ରାମର କୋକଲି ମଳିକଙ୍କ ଏକମାତ୍ର ପୁଅ ହେଲେ କାହ୍ନା ମଳିକ । କାହ୍ନା ଗତ ଅଗଷ୍ଟ ମାସ ୨୬ ତାରିଖ ମଧ୍ୟାହ୍ନରୁ ଘରୁ କେଉଁ ଆଡେ ପଳାଇ ଯାଇଥିଲେ । ସେବେଠାରୁ ସେ ନିଖୋଜ ଥିଲେ । ଏନେଇ ଗତ ଅଗଷ୍ଟ ମାସ ୨୬ତାରିଖରେ ପୋଲସରା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ମିସିଂ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଅନ୍ୟପଟେ ପରିବାର ପକ୍ଷରୁ ଚାରିଆଡେ ଖୋଜା ଖୋଜି କରିଥିଲେ କିନ୍ତୁ ପୁଅର ସନ୍ଧାନ ମିଳିନଥିଲା।ରବିବାର ସନ୍ଧ୍ୟାରେ ଜଣେ ବୃଦ୍ଧ ଗାଈ ଚରାଇବାକୁ ଯାଇଥିବା ବେଳେ ପାହାଡ ତଳେ ଏକ ମଣିଷ କଙ୍କାଳ ପଡିଥିବା ଦେଖି  ଗ୍ରାମରେ କହିଥିଲେ।ଗ୍ରାମରେ ଖବର ପ୍ରଚାରିତ ହେବାପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଷାକ ଦେଖି ମୃତଦେହ ଚିହ୍ନଟ କରିଥିଲେ। ପରେ ପୋଲିସ ପାଖରେ ଖବର ପହଞ୍ଚିଥିଲା।ସୋମବାର ପୋଲସରା ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।ଏଥି ସହିତ ଘଟଣା ସ୍ଥଳରୁ ଖପୁରି ଓ କଙ୍କାଳ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ପୋଲିସ ।

   Related Posts