ୟୁଏସ ଓପନ, ଜାପାନର ନାଓମି ଓସାକା ଜିତିଲେ ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍

Published By : Prameya-News7 Bureau | September 13, 2020 IST

ନ୍ୟୁୟର୍କ, ୧୩।୦୯: ୟୁଏସ ଓପନରେ ଜାପାନର ନାଓମି ଓସାକା ଶନିବାର ବେଲାଋଷର ଭିକ୍ଟୋରିଆ ଅଜାରେଙ୍କାକୁ ପରାସ୍ତ କରି ନିଜର ତୃତୀୟ ଗ୍ରାଣ୍ଡ ସ୍ଲାମ୍ ଜିତିଛନ୍ତି । ଓସାକା ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଏସ ଷ୍ଟାଡିୟମ ମଧ୍ୟରେ  ୧ ଘଣ୍ଟା ୫୩ ମିନିଟ୍ ଧରି ଚାଲିଥିବା ମ୍ୟାଚ୍‌ରେ ୧-୬, ୬-୩, ୬-୩ରେ ମାତ୍ ଦେଇଥିଲେ ।

ଏହି ବିଜୟ ପରେ ୨୦୧୮ ୟୁଏସ ଓପନ ଓ ୨୦୧୯ର ଅଷ୍ଟ୍ରେଲିଆନ ଓପନରେ ବିଜୟଲାଭ କରିଥିବା ୨୨ ବର୍ଷୀୟା ଓସାକା ଟେନିସର ତୃତୀୟ ପ୍ରମୁଖ ଟ୍ରଫି ହାସଲ କରିଛନ୍ତି । ସେହିପରି ୩୧ ବର୍ଷୀୟା ଅଜାରେଙ୍କା ପ୍ରଥମ ସେଟ୍‌ରେ ମାତ୍ର ୨୬ ମିନିଟରେ ଓସାକାଙ୍କୁ ଆଗରେ ଥାଇ ନିଜର ପ୍ରଥମ ସର୍ଭିସର ସଫଳତା ଦର ୮୮ ପ୍ରତିଶତ ରଖିଛନ୍ତି ।

ଜାପାନ ଖେଳାଳି ଓସାକା ଏହି ମ୍ୟାଚରେ ଅନେକ ଭୁଲ କରିଥିଲେ । ଏପରିକି ସେ ୧୩ ଥର ଭୁଲ୍ କରିଥିଲେ । ଦ୍ୱିତୀୟ ସେଟରେ ଅଜାରେଙ୍କା ୨-୦ରେ ଆଗକୁ ଚାଲିଯାଇଥିଲେ । ଏହାପରେ ଓସାକା ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସର୍ଭିସକୁ ଦୁଇଥର ଭାଙ୍ଗିଥିଲେ ଓ ୪-୩ରେ ଆଗରେ ରହିବାକୁ ଅନେକ ସଙ୍ଘର୍ଷ କରିଥିଲେ । ଓସାକା ପରେ ସ୍ଥିତିକୁ ନିଜ ଅଧିନକୁ ଆଣିଥିଲେ । ଏହାସହ ମ୍ୟାଚକୁ ନିର୍ଣ୍ଣାୟକ ସେଟ୍ ଯାଏଁ ନେବା ପାଇଁ ତୃତୀୟ ଥର ବ୍ରେକ୍ ନେଇଥିଲେ ।

ଆଜିର ମ୍ୟାଚରେ ଓସାକା ଟେନିସ କୋର୍ଟକୁ ଆସିବା ବେଳେ ମୁହଁରେ ମାସ୍କ ପିନ୍ଧିଥିଲେ । ଯେଉଁଥିରେ ତାମିର ରାଇସ୍ ଉଲ୍ଲେଖ ରହିଥିଲା । ତାମିର ଜଣେ ୧୨ ବର୍ଷର ଆଫ୍ରିକୀୟ-ଆମେରିକୀୟ ଛାତ୍ର ଥିଲେ । ସେ ୨୦୧୪ରେ ଓହିୟୋ କ୍ଲିବଲ୍ୟାଣ୍ଡରେ ଜଣେ ଗୋରା ପୋଲିସ କର୍ମୀଙ୍କ ଗୁଳିମାଡରେ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.