NCB ଜେରା ପୂର୍ବରୁ ବାପାଙ୍କୁ ଧରି କାନ୍ଦିଥିଲେ ଅନନ୍ୟା..

Published By : Prameya-News7 Bureau | October 22, 2021 IST

ମୁମ୍ବାଇ ୨୨।୧୦ : କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ମାମଲାରେ ଘାଣ୍ଟି ହେଉଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଆସନ୍ତା ୩୦ ତାରିଖ ଯାଏଁ ଜେଲରେ ରହିବ । ଅକ୍ଟୋବର ୩୦ ତାରିଖରେ ପୁଣିଥରେ ଆର୍ଯ୍ୟନ ସମେତ ୮ ଅଭିଯୁକ୍ତଙ୍କ ଜାମିନ ନେଇ ଶୁଣାଣି ହେବ । ଏହି ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଏନସିବି ଜାଲରେ ପଡିଛନ୍ତି । ପ୍ରଥମ ଦିନରେ ଯେତେବେଳେ ତାଙ୍କୁ ଡକା ଯାଇଥିଲା ।

ସେତେବେଳେ ସେ ବହୁତ ନର୍ଭସ୍‌ ଥିବାର ଜଣା ପଡିଥିଲା । ସେ କାରରୁ ବାହାରି ବାପା ଚଙ୍କି ସହ ଅଫିସ୍‌ ଆଗରେ ପହଞ୍ଚିଥିଲେ । ଇଣ୍ଟରଗେସନ୍‌ ରୁମ୍‌କୁ ଯିବା ପୂର୍ବରୁ ନର୍ଭସ ହେବା ସହ ବାପାଙ୍କ ଧରି କାନ୍ଦିଥିଲେ । ପରେ ଭିତରକୁ ଯାଇଥିଲେ । ଡ୍ରଗ୍ସ ମାମଲାରେ ଅନନ୍ୟା ପାଣ୍ଡେଙ୍କୁ ଏନସିବି ପଚରାଉଚରା କରାଯାଇଥିଲା । କିନ୍ତୁ ସେ କେତେକ  ପ୍ରଶ୍ନର ଉତ୍ତର ମନେ ପଡୁ ନାହିଁ ବୋଲି ମଧ୍ୟ କହିଥିଲେ । ହେଲେ ଏହି ତଦନ୍ତରେ ଏନ୍‌ସିବି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି । ଏହି ତଦନ୍ତରୁ ଏନସିବି ହାତରେ ଆର୍ଯ୍ୟନ ଓ ଅନନ୍ୟାଙ୍କ ଚାଟ୍‌ରେ ନିଶା କାରବାର ବିଷୟରେ କଥା ହୋଇଥିବାର ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.