Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନିର୍ବାଚନ ଫଳାଫଳ ପରେ ବ୍ୟାପକ ହିଂସା, ଗଲାଣି ୪ ଜଣଙ୍କ ଜୀବନ : ନନ୍ଦୀଗ୍ରାମରେ ବିଜେପି ପାର୍ଟି ଅଫିସ ଭଙ୍ଗାରୁଜା

3/05/2021 at 4:23 PM

କୋଲକାତା ୦୩/୦୫ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଆସିସାରିଛି । ସତ୍ତାରେ ଥିବା ତୃଣମୂଳ ପୁଣିଥରେ କ୍ଷମତା ବଜାୟ ରଖିଛି । କିନ୍ତୁ ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରାଜିତ ହୋଇଛନ୍ତି । ବିଜେପି ହେଭିଓ୍ବେଟ୍‌ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୭ ଭୋଟରେ ହାରିଛନ୍ତି ଦିଦି । କିନ୍ତୁ ନିର୍ବାଚନ ଫଳାଫଳ ଆସି ସାରିବା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନ​‌ରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି ।

ସୋମବାର ନନ୍ଦୀଗ୍ରାମରେ ମଧ୍ୟ ହିଂସାକାଣ୍ଡ ଖବର ଆସିଛି । ଏଠାରେ ଥିବା ବିଜେପି ପାର୍ଟି ଅଫିସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇଦେବାକୁ ଉଦ୍ୟମ କରିଥିଲେ ଦୁବୃର୍ତ୍ତ । ତୃଣମୂଳ କଂଗ୍ରେସ ପାର୍ଟିର ସଦସ୍ୟମାନେ ଏଭଳି କରିଥିବା ଅଭିଯୋଗ କରିଛି ବିଜେପି । ନନ୍ଦୀଗ୍ରାମରେ କେବଳ ବିଜେପି ଅଫିସ ନୁହେଁ ନିକଟରେ ଥିବା ଅନେକଗୁଡିଏ ଦେକାନ ଏବଂ ଘରଗୁଡିକରେ ମଧ୍ୟ ଭଙ୍ଗାରୁଜା ହୋଇଛି ।

ମାତ୍ର ୨୪ ଘଣ୍ଟା ମଧ୍ୟରେ ବେଙ୍ଗଲରେ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୪ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଛି । ୨ ଜଣ ବିଜେପି କାର୍ଯ୍ୟକର୍ତ୍ତା, ଜଣେ ଟିଏମସି କାର୍ଯ୍ୟକର୍ତ୍ତା ଏବଂ ଜ​‌ଣେ ଆଇଏସଏଫ୍‌ କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗରେ ନିର୍ବାଚନୀ ଫଳାଫଳକୁ ଦେଖିବାକୁ ଗଲେ ମୋଟ ୨୯୨ ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ  ୨୧୩ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଜେପି ୭୭ଟି ସିଟ୍‌ ହାତେଇଛି । ଗୋଟିଏ ସିଟ୍‌ରେ ନିର୍ଦଳୀୟ ଏବଂ ଗୋଟିଏରେ ଆରଏସଏମପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

   Related Posts