ରାଧା-କୃଷ୍ଣଙ୍କ ଗୋଟିଏ ଛୋଟ ଭୁଲର ଦଣ୍ଡ ଆଜି ବି ଭୋଗୁଛନ୍ତି ଏହି ୨ଗାଁର ଲୋକେ, ଜାଣନ୍ତୁ କାରଣ

Published By : Prameya-News7 Bureau | March 15, 2019 IST

କାହିଁ କେଉଁ କାଳରୁ ଭାରତର ଦୁଇଟି ଗାଁର ଲୋକେ ଏକ ଅଜବ ପରମ୍ପରାର ପାଳନ କରିଆସୁଛନ୍ତି । ଏ ଦୁଇଟି ଗାଁ ହେଲା ନନ୍ଦଗାଁ ଓ ବରସାନା ଗାଁ । ପୌରାଣିକ ଭାବେ ଏ ଦୁଇ ଗାଁ ରାଧା ଓ କୃଷ୍ଣଙ୍କ ସହ ଜଡିତ । ପରଂପରାଟି ହେଲା ଏହି ଦୁଇ ଗାଁର ଲୋକେ ପରସ୍ପରଙ୍କ ସହ ବୈବାହିକ ସମ୍ୱନ୍ଧ ରଖନ୍ତି ନାହିଁ।

{"id":93840,"width":590,"height":510}

ରାଧା କୃଷ୍ଣଙ୍କ ପ୍ରେମ କାହାଣୀ ଅଧା ରହିଥିବାରୁ, ଏହି ଦୁଇ ଗାଁର ଗ୍ରାମବାସୀ ଏହି ପରମ୍ପରାକୁ ପାଳନ କରୁଛନ୍ତି । ବିଶ୍ବାସ ରହିଛି ଦୁଇ ଗାଁ ମଧ୍ୟରେ ବିବାହ ସମ୍ପର୍କ ହେଲେ ତାହା ମଧ୍ୟ ଅସଫଳ ହେବ । ହେଲେ ଏହା ଏକମାତ୍ର କାରଣ ନୁହେଁ ପରଂପରାକୁ ଆଗକୁ ବଢାଇବା ପାଇଁ ଆହୁରି ଅନେକ ବିଶ୍ବାସ, କାରଣ ଓ ଘଟଣା ଏହା ସହ ଜଡିତ ।

{"id":93841,"width":591,"height":443}

ବରସାନା ଗ୍ରାମବାସୀ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଗାଁର ଜ୍ବାଇଁ ବୋଲି ଧରିନେଇଛନ୍ତି । ତେଣୁ ନନ୍ଦ ଗ୍ରାମର ଆଉ କେହି ବାରସାନାର ଜ୍ବାଇଁ ହୋଇପାରିବ ନାହିଁ ବୋଲି ଲୋକଙ୍କ ମଧ୍ୟରେ ପୁରୁଣା ଯୁକ୍ତି ରହିଆସିଛି । ଯାହାକୁ ଆଜି ବି ଲୋକେ ସମ୍ମାନ ଦିଅନ୍ତି । ସେହିଭଳି ରାଧା ନନ୍ଦ ଗାଁର ବୋହୂ ବୋଲି ଲୋକଙ୍କ ବିସ୍ବାସ ଓ ଏହାକୁ ନେଇ ଲୋକେ ଗର୍ବିତ । ସେହି କାରଣରୁ ବାରସାନା ଅନ୍ୟ କୌଣସି ଝିଅକୁ ନନ୍ଦ ଗାଁ ଲୋକେ ବୋହୂର ମାନ୍ୟତା ଦେଇ ରାଧାଙ୍କୁ ଅସମ୍ମାନ କରିବାକୁ ଚାହାନ୍ତିନି ।

{"id":93842,"width":594,"height":446}

ଅନ୍ୟ ଅର୍ଥରେ କହିଲେ ରାଧା ଓ କୃଷ୍ଣଙ୍କ ପ୍ରେମ କାହାଣୀକୁ ଏ ଦୁଇଗ୍ରାମବାସୀ ଅକ୍ଷୂର୍ଣ୍ଣ ରଖିବାକୁ ଚାହାନ୍ତି । ଲୋକଙ୍କ ଏହା ମଧ୍ୟ ବିସ୍ବାସ ରହିଛି ଯେ, ଏ ଦୁଇ ଗ୍ରାମବାସୀ ଯଦି ବିବାହ ବନ୍ଧନରେ ବାନ୍ଧି ହେବେ ତାହେଲେ ରାଧା କୃଷ୍ଣଙ୍କ ପ୍ରେମକାହାଣୀ ଫିକା ପଡିଯିବ ।

{"id":93847,"width":604,"height":499}

କୁହାଯାଏ ଯେ, ବାରାସନାର କିଛି ବୟସ୍କ ଲୋକ ନନ୍ଦ ଗାଁକୁ ରାଧାରାଣୀଙ୍କ ଶ୍ବଶୁର ଘର ବୋଲି ବିବେଚନା କରି ସେହି ଗାଁରେ ପାଣି ମଧ୍ୟ ପିଅନ୍ତି ନାହିଁ । ସେହିଭଳି ବାରସାନାରୁ ନନ୍ଦଗାଁକୁ ଆସୁଥିବା ଲୋକଙ୍କୁ ନନ୍ଦ ଗାଁ ଲୋକେ କେବେ ଖାଲି ହାତରେ ଯିବାକୁ ଦିଅନ୍ତି ନାହିଁ ।

{"id":93849,"width":595,"height":390}

ବିଗତ ୫ହଜାର ବର୍ଷ ହେଲା ଯଦିଓ ଏ ଦୁଇ ଗାଁ ଲୋକଙ୍କ ମଧ୍ୟରେ କେବେ ବି ବୈବାହିକ ସମ୍ପର୍କ ହୋଇ ନାହିଁ ତେବେ ଏ ଦୁଇ ଗାଁର ଯୁବବର୍ଗ ପରସ୍ପର ଗାଁକୁ ନିଜ ଶ୍ବଶୁରାଳୟ ବୋଲି ବିବେଚନା କରନ୍ତି । ସେହି ଅନୁସାରେ ସମ୍ମାନ ମଧ୍ୟ କରନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.