Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନନ୍ଦନ କାନନରେ ମାଇ ହାତୀ ‘ଜୁଲି’ର ମୃତ୍ୟୁ, ପ୍ରାଣୀ ଉଦ୍ୟାନରେ ହାତୀ ସଂଖ୍ୟା କମିଲା ୬କୁ

26/08/2019 at 10:51 PM

ବାରଙ୍ଗ ୨୬।୮: ନନ୍ଦନକାନନ ରେଥିବା ୧୦ ବର୍ଷ ବୟସ୍କ ମାଇ ହାତୀ ଜୁଲିର ସୋମବାର ମୃତ୍ୟୁ ହୋଇଛି। ରାତିପ୍ରାୟ ୮ଟା ବେଳେ ଜୁଲି ଶେଷ ନିଶ୍ବାସ ତ୍ୟାଗ କରିଛି। ଜୁଲି ଗତ କିଛି ଦିନ ହେଲା ଅସୁସ୍ଥ ଥିଲା। ପେଟ ଫାମ୍ପେଇବା ଯୋଗୁ ସେ କିଛି ଦିନ ହେଲା ଖାଉନଥିଲା। ଏଣୁ ପ୍ରାଣୀ ଉଦ୍ୟାନ ଚିକିତ୍ସକ ତାର ଚିକିତ୍ସା କରୁଥିଲେ। ହେଲେ ଡାକ୍ତରଙ୍କର ସମସ୍ତ ଉଦ୍ୟମ ବିଫଳ ହୋଇଛି।

ରବିବାର ଜୁଲି କିଛି ନ ଖାଇବାରୁ ଡାକ୍ତର ସୋମବାର ସକାଳେ ତାକୁ ସାଲାଇନ ଲଗାଇଥିଲେ। ତେବେ ସଂଧ୍ୟା ବେଳକୁ ସାଲାଇନ ଦେବାବଳେ ତାର ମୃତ୍ୟୁ ହୋଇଛି। ତେବେ ଜୁଲି କଣ ପାଇଁ ଅଚାନାକ ଅସୁସ୍ଥ ହୋଇପଡିଲା ତାର କାରଣ ଜଣାପଡି ନାହିଁ।

ଜୁଲିକୁ ଗତ ୨୦୦୯ ମସିହା ମେ ମାସ ୧୯ ତାରିଖରେ ଢେଙ୍କାନାଳରୁ ନନ୍ଦନକାନନକୁ ଅଣାଯାଇଥିଲା। ହାତୀ ସାବକଟିକୁ ବନ ବିଭାଗ କର୍ମଚାରୀ ଅସହାୟ ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ତାକୁ ନନ୍ଦନକାନନ ଜିମା ଦିଆଯିବା ପରେ ଏଠାକୁ ଅଣାଯାଇ ଲାଳନପାଳନ କରାଯାଇଥିଲା। ଜୁଲିର ମୃତ୍ୟୁ ପରେ ଏବେ ନନ୍ଦନ କାନାନରେ ଆଉ ୬ଟି ହାତୀ ଅଛନ୍ତି।  

   Related Posts