ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

Published By : Prameya-News7 Bureau | September 28, 2020 IST

 ଭୁବନେଶ୍ବର୨୮/୯: ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ। ଏହାର ବଟାନିକାଲ ଗାର୍ଡେନ ମଧ୍ୟ ୪ରୁ ଖୋଲାଯିବ । ନନ୍ଦନକାନନ ଖୋଲିବା ନେଇ ପିସିସିଏଫ ହରିଶଙ୍କର ଉପାର୍ଯ୍ୟାୟ ସୂଚନା ଦେଇଛନ୍ତି । ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡାଯିବ, ତାହାର ତର୍ଜମା କରାଯିବ । ମାସ୍କ ପିନ୍ଧିନଥିଲେ କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ନାହିଁ । ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ । ଅଫ୍ ଲାଇନରେ ଟିକେଟ ନେବାକୁ ଧାଡି ନୁହେଁ, ଜଣ ଜଣଙ୍କୁ ଦିଆଯିବ । ପର୍ଯ୍ୟଟକମାନଙ୍କର ଥର୍ମାଲ ସ୍କାନିଂ ହେବ । ସେପଟେ ରାଜ୍ୟର ଧର୍ମସ୍ଥଳୀ, ମନ୍ଦିର ବନ୍ଦ ରହିବ। ଏନେଇ ରାଜ୍ୟ ସରକାର କୋର୍ଟରେ ଜବାବ ଦାଖଲ କରିଛନ୍ତି। ମନ୍ଦିର ଖୋଲା ହେବ କି ନାହିଁ, ପରବର୍ତ୍ତୀ ଶୁଣାଣିରେ ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.