‘ମୋ ବସ୍‌’କୁ ଅଟକାଇଲେ ନନ୍ଦନକାନନ ଅଟୋଚାଳକ ସଂଘ

Published By : Prameya-News7 Bureau | January 10, 2019 IST

ବାରଙ୍ଗ ୧୦|୧: ‘ମୋ ବସ’ ସେବା ଗତ କିଛିମାସ ହେଲା ନନ୍ଦନକାନନ ଅଟୋ ଏବଂ ଘରୋଇ ବସ୍ ଚକା ବନ୍ଦ କରିଦେଇଛି। ଘରୋଇ ବସ୍ ଚାଳକ ମାନେ ଏହାର ବିରୋଧ ନକରି ଚୁପ୍ ରହି ଥିବାବଳେ ଏବେ ଅଟୋ ଚାଳକ ସାମ୍ନାକୁ ଆସି ମୋ ବସ୍ ଚକା ବନ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଅଟୋ ଚାଳକ ମାନେ ‘ମୋ ବସ’ ସେବା ନିୟମ ମାନୁନଥିବା ଅଭିଯୋଗ ଆଣି ଏଠାକୁ ଆସି ଥିବା ୬ଟି ବସକୁ ପ୍ରାୟ ଏକ ଘଣ୍ଟା ଧରି ଅଟକାଇ ଦେଇଛନ୍ତି । ସେମାନଙ୍କ କହିବା ଅନୁସାରେ ‘ମୋ ବସ’ ଆସି ନନ୍ଦନକାନନ ଅଟୋଷ୍ଟାଣ୍ଢ ସମ୍ମୁଖରେ ଛିଡା ହୋଇ ସମସ୍ତ ପାସେଞ୍ଜର ଉଠାଇ ନେଇଯାଉଛି। ଫଳରେ ତାଙ୍କ ଅଟୋକୁ ପାସେଞ୍ଜର ଆସୁ ନହାନ୍ତି । ଏପରି ଘଟଣାକୁ ପ୍ରତିବାଦ ଜଣାଇ ଆଜି ସକାଳେ ଏହାର ବିରୋଧ କରି ନନ୍ଦନକାନନ ରାସ୍ତାରେ ବସି ‘ମୋ ବସ’ ସେବାକୁ ବନ୍ଦ କରିବାକୁ ଦାବି ଜଣାଇଛି।  ପ୍ରାୟ ଏକ ଘଣ୍ଟା ଧରି ‘ମୋ ବସ’ ସେବାକୁ ବନ୍ଦ କରାଯିବା  ପରେ ପୋଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଠାଇ ଥିଲେ। ଏନେଇ ଆଜି ରାତିରେ ନନ୍ଦନକାନନ ଥାନାରେ ଏକ ବୈଠକ ଆୟୋଜନ ହୋଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ପ୍ରତିଶ୍ରୁତି ପାଇଲା ପରେ ରାସ୍ତାରୁ ଧାରଣା ହଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.