୨୧ରେ ନନ୍ଦନକାନନ ଖୋଲିବା ନେଇ ଚାଲିଛି ପ୍ରସ୍ତୁତି, ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଛଟପଟ ଜୀବଜନ୍ତୁ

Published By : Prameya-News7 Bureau | May 19, 2019 IST

ବାରଙ୍ଗ ୧୯|୫: ବାତ୍ୟା ଫୋନିର ତାଣ୍ଡବ ଲୀଳାରେ ଓଡିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଗୁଡିକ ବ୍ୟାପକ ଭାବେ କ୍ଷୟକ୍ଷତି ଘଟିଛି । ଏଥିପାଇଁ ଗତ ୨୦ଦିନ ହେଲା ବାହାର ରାଜ୍ୟର ପର୍ଯ୍ୟଟକମାନେ ଓଡିଶା ଆସି ପାରିନାହାନ୍ତି । ଯେଉଁ କେତେକ ପର୍ଯ୍ୟଟକ ଓଡିଶା ଆସୁଛନ୍ତି ସେମାନେ ନନ୍ଦନାକନନ ଯାଇନପାରି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।

{"id":113564}

ଆସନ୍ତା ୨୧ ତାରିଖରେ ନନ୍ଦନକାନନ ଖୋଲା ହେବା ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରତିଦିନ ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ ନନ୍ଦନକାନନ ଆସି ଫାଟକରୁ ନିରାଶ ହୋଇ ଫେରୁଛନ୍ତି । ଅନ୍ୟ ପଟେ ବାତ୍ୟାରେ ନନ୍ଦନକାନନ ସବୁଜିମା ନଷ୍ଟ ହୋଇ ପଡିବା ପରେ ପ୍ରଚଣ୍ଡ ରୌଦ୍ରତାପରେ ଜୀବଜନ୍ତୁ ଛଟପଟ ହେଉଛନ୍ତି । ଗ୍ରୀଷ୍ମ ପ୍ରବାହ ସହି ନପାରି ଗତ ତିନିଦିନ ତଳେ ନୀଳଗିରି ଲାଙ୍ଗୁର ଅସୁସ୍ଥ ହୋଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି ।

{"id":113565}

ଗତ ୧୭ ଦିନ ଧରି ବନ୍ଦ ହୋଇ ରହିଥିବା ନନ୍ଦନକାନନ ପ୍ରାଣିଉଦ୍ୟାନ ଆଶନ୍ତା ୨୧ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବାକୁ ପ୍ରସ୍ତୁତି ହେଉଛି । ଏଥିନେଇ ଟିକେଟ୍ କାଉଣ୍ଟର, ଖୁଆଡ, ରାସ୍ତାଘାଟ ଗୁଡିକୁ ସଫାସୁତୁରା ଏବଂ ମରାମତି ଶେଷ ପର୍ଯ୍ୟାୟରେ ପହଂଚିଛି।

{"id":113569}

ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୨ଟି ବିଶ୍ରାମସ୍ଥଳୀ ଗୁଡିକ ପ୍ରସ୍ତୁତ ହୋଇ ସାରିଛି । ପର୍ଯ୍ୟଟକମାନେ ପାର୍କ ଭିତରେ ପ୍ରାୟ ୪କିମି ବୁଲାବୁଲି କରି ବିଶ୍ରାମ ନେବା ପାଇଁ ୩ଶହ ମିଟର ବ୍ୟବଧାନରେ ବିଭିନ୍ନ ସ୍ଥାନରେ ୧୫ଟି ବିଶ୍ରାମସ୍ଥଳୀ ପ୍ରସ୍ତୁତ ରହିଛି ।

{"id":113567}

ବାତ୍ୟା ଫୋନି ପାଇଁ ଗତ ୨ ତାରିଖରୁ ବନ୍ଦ ପଡିଥିବା ନନ୍ଦନକାନନକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଫାଟକ ନିକଟକୁ ଆସି ନିରାଶ ହୋଇ ଫେରୁଛନ୍ତି ।

{"id":113568}

ବାତ୍ୟା ଫୋନିର ପ୍ରଭାବରେ ନନ୍ଦନକାନନ ସବୁଜିମା ସମ୍ପୂର୍ଣ୍ଣ ହୋଇ ପଡିଯାଇଛି । ଚଳିତ ଗ୍ରୀଷ୍ମଋତୁର ରୌଦ୍ରତାପ ଛାଇ ଶୂନ୍ୟ ନନ୍ଦନକାନନକୁ ଉତ୍ତପ୍ତ କରି ରଖିଛି । ଫଳରେ ଜୀବଜନ୍ତୁମାନେ ଛଟପଟ ହୋଇ କତେକ ଜୀବଜନ୍ତୁ ଅସୁସ୍ଥ ହୋଇ ପଡିଛନ୍ତି । ଗତ ତିନିଦିନ ତଳେ ବିରଳ ନୀଳଗିରି ଲାଙ୍ଗୁର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.