Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ସାତ ମାସ ପରେ ଖୋଲିଲା ନନ୍ଦନକାନନ, ମାନିବାକୁ ପଡିବ କୋଭିଡ଼-୧୯ ଗାଇଡ଼ଲାଇନ୍

4/10/2020 at 1:46 PM

ବାରଙ୍ଗ ୦୪।୧୦: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ପାଇଁ ଦୀର୍ଘ ସାତମାସ ଧରି ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଜି ଖୋଲିଛି । ପୂର୍ବ ପରି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ବନ୍ୟପ୍ରାଣୀ ବିଭାଗ ତରଫରୁ କୋଭିଡ୍-୧୯ ପାଇଁ ଜାରି ହୋଇ ଥିବା ସ୍ବତନ୍ତ୍ର ନିୟମକୁ କଡାକଡି ଭାବେ ଲାଗୁ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଦୈନିକ ୧୫୦୦ରୁ ୨୫୫୦ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଲି ପାରିବେ । ୭ ବର୍ଷରୁ କମ୍ ଶିଶୁ, ଅଧିକ ପୌଢବ୍ୟକ୍ତି ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ନନ୍ଦନକାନନ  ନବୁଲିବା ପାଇଁ ପରାମର୍ଶ ଦିଆଯିବ । ସେହିପରି ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ , ସମ୍ପୁର୍ଣ୍ଣ ଶରୀରକୁ ସାନିଟାଇଜ କରାଯାଇ ପର୍ଯ୍ୟଟକଙ୍କୁ ନନ୍ଦନାକାନନରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ।  ସ୍ବତନ୍ତ୍ର ଔଷଧିୟ ମ୍ୟାଟ ଉପରେ ଭିତରକୁ ପ୍ରବେଶ କରିବେ । ପାର୍କ ଭିତରେ କର୍ମଚାରୀ ଓ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ ପାଇଁ ଗୁରୁତ୍ବ ଦିଆଯିବ । କୌଣସି ସ୍ଥାନରେ ପାନଛେପ, ଗୁଟ୍‌କା ଛେପ,ଧୂମ୍ରପାନ କରିବା ସମ୍ପୁଣ୍ଣ ନିଷେଦ୍ଧ କରାଯାଇଛି ।

ଟିକେଟ କାଉଣ୍ଟରରେ ଦୂରତ୍ବ ପାଳନ ପାଇଁ ସମ୍ମୁଖରେ ଗୋଲାକାର ଚିହ୍ନ କରାଯାଇଛି । ପରିସର ଭିତରେ ସାର୍ବଜନୀନ ସ୍ଥାନ ଓ ବିଭିନ୍ନ ଚେୟାର ଗୁଡିକ ନିୟମିତ ଭାବେ ସାନିଟାଇଜ କରାଯିବା ଉପରେ ଗୁରୁତ୍ବ ଦିଆଯିବ । ସେହିପରି ରେଷ୍ଟୁରାଣ୍ଟରେ ବାସନକୁସନରେ ଖାଦ୍ୟ ପଦାର୍ଥ ପରୋସା ଯିବ ନାହିଁ । ପର୍ଯ୍ୟଟକ ମାନେ ନିଜ ଘରୁ ପାନୀୟ ଜଳ ନେଇ ପିଇବେ । ସେହିପରି ଏଠାରେ ଥିବା ବାଘ ସଫାରୀ, ଭାଲୁ ହରିଣ-ସିଂହ ସଫାରୀ ବସଚା ଲିବା ଓ ବୋଟିଂ , ଲାଇବ୍ରେରୀ, ମିୟୁଜିୟମ, ବାର୍ଡ ଆଭିୟାରୀ କିପରି ପରିଚାଳନା କରାଯିବ ସନେଇ କତୃପକ୍ଷ କିଛି ମୁହଁ ଖୋଲିନାହାନ୍ତି ।

   Related Posts