ଦିନ ସାରା ଫୋନ୍‌ରେ କଥା ହେଉଥିଲା ଭାଉଜ, ଭାଇକୁ କହିଦେବ ବୋଲି କହିବାରୁ ନଣଦକୁ କଲା ହତ୍ୟା

Published By : Prameya-News7 Bureau | April 16, 2021 IST

ନୂଆଦିଲ୍ଲୀ ୧୬/୪: ଭାଉଜକୁ ତାଗିଦ କରିବାକୁ ଯାଇ ନଣଦର ଜୀବନ ଗଲା। ଭାଉଜ ଫୋନ୍‌​‌ରେ କାହା ସହ ସବୁବେଳେ କଥା ହେଉଥିବା ଦେଖି ନଣଦ ଏନେଇ ପ୍ରତିବାଦ କରିଥିଲା। ଏହାକୁ ସହ୍ୟ କରିନପାରି ଭାଉଜ ଧାରୁଆ ଅସ୍ତ୍ରରେ ନଣଦର ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲା। ଏହା ପରେ ମୃତଦେହକୁ ବାକ୍ସ ଭିତରେ ପୂରାଇ ଲୁଚାଇ ଦେଇଥିଲା ଭାଉଜ। ବାକ୍ସ ଭିତରୁ ଦୁର୍ଗନ୍ଧ ବାହାରିବା ପ​‌ରେ ସସସ୍ତ ଘଟଣାର ପର୍ଦ୍ଦାଫାସ ହୋଇଛି।

ଏନେଇ ଜାଣିବା ପ​‌ରେ ପୋଲିସ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ମୃତକଙ୍କ ଝିଅ ମାଇଁ ତାଙ୍କ ମାଙ୍କୁ ମାରିଥିବା​‌ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ କରୁଛି । ଘଟଣାଟି ରାଜସ୍ଥାନର ଯୋଧପୁରରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ବଢ଼େଲିଆ ଗାଁରେ ରେଖା ନିଜ ସାନ ଝିଅ ସହ ରହୁଥିଲେ। ଗତ ସପ୍ତାହେ ହେଲା ତାଙ୍କ ଭାଉଜ ପୂଜା ତାଙ୍କ ସହ ଆସି ରହୁଥିଲା। ପୂଜା ଦିନ ସାରା କାହା ସହ ଫୋନ୍‌ରେ ବ୍ୟସ୍ତ ରହୁଥିଲା।

ଏହାକୁ ବିରୋଧ କରିଥିଲେ ରେଖା। ଏପରିକି ଏନେଇ ନିଜ ଭାଇଙ୍କୁ ଜଣାଇଦେବେ ବୋଲି ପୂଜାକୁ ଧମକ ଦେଇଥିଲେ। ସ୍ବାମୀ ଜାଣିଲେ ଅସୁବିଧା ହେବ ବୋଲି ଭାବି ପୂଜା ରେଖାଙ୍କୁ ରାସ୍ତାରୁ ହଟାଇ ଦେବ ବୋଲି ଭାବିଥିଲା। ଏହା ପରେ  ଶୋଇଥିବା ଅବସ୍ଥାରେ ପୂଜା ଧାରୁଆ ଅସ୍ତ୍ରରେ ରେଖାଙ୍କ ବେକକୁ ହାଣି ପକାଇଥିଲା। ରେଖାଙ୍କ ମୃତଦେହକୁ ବେଡସିଟ୍‌ରେ ଗୋଡ଼ାଇ ବାକ୍ସରେ ଲୁଚାଇ ଦେଇଥିଲା।

ରେଖାଙ୍କ ବଡ଼ ଝିଅ ବିବାହିତ ହୋଇଥିବା ବେଳେ ସେ କିଛି ଦିନ ପରେ ଘରକୁ ଆସିଥିଲେ। ଆସିବା ପରେ ଘରେ ଦୁର୍ଗନ୍ଧ ହେବାରୁ ଖୋଜାଖୋଜି କରି ଜାଣିବାକୁ ପାଇଥିଲେ ତାଙ୍କ ମାଙ୍କ ହତ୍ୟା ହୋଇଛି। ଏନେଇ ସେ ପୋଲିସରେ ଖବର ଦେଇଥିଲେ।  ତେବେ ପୋଲିସ ପଚରା ଉଚରା କରିବା ପ​‌ରେ ଅଭିଯୁକ୍ତ ପୂଜା ସମସ୍ତ ଘଟଣା ମାନିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.