ଆଜି ହେଉଛି ନନ୍ଦୋତ୍ସବ ; ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି ଶ୍ରୀକୃଷ୍ଣ

Published By : Prameya-News7 Bureau | September 03, 2018 IST

ଭୁବନେଶ୍ବର ୩|୯: ଆଜି ହେଉଛି ନନ୍ଦୋତ୍ସବ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପନ୍ନ ହୋଇଛି । ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି ଶ୍ରୀକୃଷ୍ଣ । ଗୋପପୁରରେ ଉତ୍ସବ ପାଳନ ହେବ ।ଯାହାକୁ ନନ୍ଦୋତ୍ସବ କୁହାଯାଇଥାଏ । ଉତ୍ସବର ଅର୍ଥ ଉତ୍ସାହ ଓ ଆନନ୍ଦ । ନନ୍ଦଙ୍କ ଘରେ ଶ୍ରୀକୃଷ୍ଣଙ୍କ ପହଞ୍ଚିବାର ଦିବସକୁ ନନ୍ଦୋତ୍ସବ ଭାବେ ପାଳନ କରାଯାଇଥାଏ । ସାରା ଗୋପପୁରରେ ଏହି ଉତ୍ସବ ମହାସମାରୋହରେ ପାଳନ କରାଯାଏ । ସମସ୍ତଙ୍କୁ ଲାଗେ ଯେପରି ସେମାନଙ୍କ ଘରେ ପ୍ରଭୁ ଜନ୍ମ ନେଇଛନ୍ତି । କାରଣ ପ୍ରଭୁଙ୍କୁ ଆପଣାର ନମାନିଲେ ଆନନ୍ଦ ମିଳିନଥାଏ । ତେଣୁ ଏହାକୁ ନନ୍ଦୋତ୍ସବ ବୋଲି କୁହାଯାଏ । ଏହି ଅବସରରେ ସାରା ଗୋପପୁରବାସୀ ଗାଆନ୍ତି ‘ନନ୍ଦ କେ ଆନନ୍ଦ ଭୟୋ, ଜୟ କହ୍ନିୟା ଲାଲ୍ କୀ ; ହାତୀ ଘୋଡା ପାଲକୀ, ଜୟ କହ୍ନିୟା ଲାଲ୍ କୀ’ । ବୃନ୍ଦାବନର ରାଧାବଲ୍ଲଭ ମନ୍ଦିରରେ ଏହି ଉତ୍ସବ ପାଳନ କରିବା ପାଇଁ ପ୍ରବଳ ଜନସମାଗମ ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.