ଟ୍ରମ୍ପ କହିଥିଲେ ପାଗଳ, ଜବାବ ଦେଲେ ସିନେଟ୍ ସ୍ପିକର ନାନ୍ସୀ: କହିଲେ, ତମେ ପିଲାଙ୍କ ଭଳି ଅସନା, ତମ ଲୋକେ କୁକୁର ମଇଳା ଜୋତାରେ ମାଡୁଛନ୍ତି

Published By : Prameya-News7 Bureau | May 21, 2020 IST

ଓ୍ୱାଶିଂଟନ, ୨୧|୦୫: ଆମେରିକାର ଜଣେ ବରିଷ୍ଠ ଡେମୋକ୍ରାଟ୍ ଓ ହାଉସ୍ ଅଏଫ୍ ରିପ୍ରେଜେଣ୍ଟେଟିଭର ସ୍ପିକର୍ ନାନ୍ସୀ ପେଲୋସୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ଏପରିକି ଟ୍ରମ୍ପଙ୍କୁ ସେ ଏକ ଛୋଟ ଶିଶୁ ବୋଲି କହିଛନ୍ତି । ଟ୍ରମ୍ପ ସେହି ଶିଶୁଙ୍କ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ଯାହାର ଜୋତାରେ କାଦୁଅ ଲାଗିଛି କିନ୍ତୁ ସେ ଏହାକୁ ସଫା ମଧ୍ୟ କରୁନାହାଁନ୍ତି ବୋଲି ନାନ୍ସୀ କହିଛନ୍ତି ।

କରୋନା ସଙ୍କଟକୁ ନେଇ ସାମ୍ବାଦିକ ସମ୍ମିଳନୀରେ ନାନ୍ସୀ ଏହା କହିଛନ୍ତି । ସେ କହିଛନ୍ତି ଯେ, ଟ୍ରମ୍ପ ଶିଶୁ ଭଳି ହେଉଛନ୍ତି । ଯେଉଁ ଶିଶୁ ନିଜ ପୋଷାକରେ କାଦୁଅ ଲଗାଇ ଘରକୁ ଆସନ୍ତି । ଟ୍ରମ୍ପ ଓ ତାଙ୍କ ସହ କାମ କରୁଥିବା ଅନ୍ୟମାନେ ନିଜ ଜୋତାରେ କୁକୁରର ମଳ ଲଗାଇ ସାମ୍ନାକୁ ଆସିଥାନ୍ତି । ସେମାନେ ଆଗାମୀ ଦିନରେ ମଧ୍ୟ ଏହା କରିବେ । ଟ୍ରମ୍ପ ତାଙ୍କୁ ମାନସିକ ଭାବେ ଦୁର୍ବଳ କହିବା ପରେ ନାନ୍ସୀ ଏହା କହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ଟ୍ରମ୍ପ କହିଥିଲେ ଯେ, କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଚେତାବନୀ ସତ୍ୱେ ସେ ମାଲେରିଆ ଔଷଧ ଗ୍ରହଣ କହୁଛନ୍ତି । ଏହାପରେ ତାଙ୍କୁ ସମାଲୋଚନା କରାଯାଇଥିଲା । ନାନ୍ସୀ ଟ୍ରମ୍ପଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ । କାରଣ ଟ୍ରମ୍ପ ମୋଟା ଓ ଏଥିରେ ଅଧିକ ବିପଦ ଥିବା ସେ କହିଥିଲେ ।

{"id":273676,"width":745,"height":419,"sizeSlug":"large"}

ତେବେ ଟ୍ରମ୍ପଙ୍କୁ ଏହି ପରାମର୍ଶ ପସନ୍ଦ ଆସିନଥିଲା । ସେ ନାନ୍ସୀଙ୍କୁ ମାନସିକ ଭାବେ ଦୁର୍ବଳ ବୋଲି କହିଥିଲେ । ପୂର୍ବରୁ ମଧ୍ୟ ଅନେକ ଥର ନାନ୍ସୀ ଓ ଟ୍ରମ୍ପ ମୁହାଁମୁହିଁ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.