କର୍ତ୍ତବ୍ୟ ହିଁ ଭଗବାନ, କରୋନା ରୋଗୀଙ୍କ ସେବା କରୁଛନ୍ତି ୪ ମାସର ଗର୍ଭବତୀ ନର୍ସ

Published By : Prameya-News7 Bureau | April 25, 2021 IST

ନୂଆଦିଲ୍ଲୀ ୨୫/୪:  କରୋନା ସଂକ୍ରମଣର ଭୟାବହତାକୁ ଦେଖି ନିଜକୁ ବଞ୍ଚାଇବାକୁ ଲୋକେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। କିନ୍ତୁ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ମାନବିକତାର ପରିଚୟ ଦେଉଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଲାଗିପଡ଼ିଛନ୍ତି। ମହାରାଷ୍ଟ୍ରର ଜଣେ ମହିଳା ନର୍ସ ମଣିଷ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ସୁରଟ ଏହି ମହିଳା ନର୍ସ ୪ ମାସର ଗର୍ଭବତୀ ହେବା ସତ୍ବେ କୋଭିଡ ରୋଗୀଙ୍କ ଚିକତ୍ସାରେ ଅବହେଳା କରୁନାହାନ୍ତି। ମନ ଲଗାଇ ସେବା ଯୋଗାଉଛନ୍ତି । ରମଜାନ ମାସ ଚାଲିଥିବା ବେଳେ ସେ ରୋଜା ବି ରଖିଛନ୍ତି । କିନ୍ତୁ ଏହା ପରେ ବି ସେ ନିଜର କର୍ତ୍ତବ୍ୟ ଭୁଲିନାହାନ୍ତି। ନାନ୍ସି ଆୟେଜା ମିସ୍ତ୍ରୀ ନାମକ ଏହି ମହିଳା ନର୍ସ ସୁରତର ଏକ ହସ୍ପିଟାଲରେ କାର୍ଯ୍ୟରତ।

ସେ ୪ ମାସର ଗର୍ଭବତୀ ଥିବା ବେଳେ ଲଗାତାର କରୋନା ପୀଡ଼ିତଙ୍କୁ ସେବା ଯୋଗାଇଚାଲିଛନ୍ତି। ରମାଜାନ ମାସରେ ନିଜ ସଂସ୍କୃତିକୁ ଭୁଲି ନାହାନ୍ତ କି ନିଜ କର୍ତ୍ତବ୍ୟରେ ହେଳା କରୁନାହାନ୍ତି ନାନ୍ସି।  ରୋଗୀଙ୍କ ସେବା କରିବା ତାଙ୍କର କର୍ତ୍ତବ୍ୟ ଏବଂ ସେବା ହିଁ ଧର୍ମ ବୋଲି କହିଛନ୍ତି ନାନ୍ସି ମିସ୍ତ୍ରୀ। ରୋଜା ରଖି ନାନ୍ସି ନିଜ ଧର୍ମ ରକ୍ଷା କରୁଛନ୍ତି। ନର୍ସ ଭାବେ ନିଜ ଡ୍ୟୁଟି କରୁଛନ୍ତି ବୋଲି କହିବା ସହ ଲୋକଙ୍କ ସେବା ସବୁଠୁ ବଡ଼ ଇବାଦତ ବୋଲି ନାନ୍ସି କହିଛନ୍ତି।

wp:embed {"url":"https://twitter.com/ANI/status/1385771630954090499","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1385771630954090499
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.