ମୋଦିଙ୍କୁ କ୍ଲିନଚିଟ୍ : ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ନାନାବତୀ କମିଶନ ଦର୍ଶାଇଲେ ନିର୍ଦ୍ଦୋଶ , ପୋଲିସ ଅଫିସରଙ୍କ ଭୂମିକା ଉପରେ ପ୍ରଶ୍ନ

Published By : Prameya-News7 Bureau | December 11, 2019 IST

ଗାନ୍ଧୀନଗର ୧୧।୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍ । ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ତାଙ୍କୁ କ୍ଲିନଚିଟ୍ ମିଳିଛି । ସେତେବେଳେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ବୁଧବାର ଗୁଜୁରାଟ ବିଧାନସଭାରେ ୨୦୦୨ ଗୁଜୁରାଟ ଦଙ୍ଗା ନେଇ ତଦନ୍ତ କରିଥିବା  ଜଷ୍ଟିସ୍ ଜେ.ଟି. ନାନାବତୀ କମିଶନ ତାଙ୍କ ରିପୋର୍ଟ  ଉପସ୍ଥାପନ କରିଛନ୍ତି । ଏଥିରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୂର୍ବତନ ମନ୍ତ୍ରୀ ହରୈନ୍ ପାଣ୍ଡ୍ୟ, ଭରତ ବାରୋଟ, ଅଶୋକ ଭଟ୍ଟଙ୍କୁ କୌଣସି ଅପ୍ରୀତିକର ପରିସ୍ଥିତିରେ ସାମିଲ ନଥିବା ରିପୋର୍ଟରେ ଦର୍ଶାଇଛନ୍ତି ନାନାବତୀ କମିଶନ । ତେବେ କମିଶନ ତାଙ୍କ ରିପୋର୍ଟରେ ତତକାଳୀନ ପୋଲିସ ମହାନିଦ୍ଦେଶକ ଆରବି ଶ୍ରୀକୁମାର ଏବଂ ପୋଲିସ ଅଧିକାରୀ  ରାହୁଲ ଶର୍ମା, ସଞ୍ଜୀବ ଭଟ୍ଟଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଯାଇଛି ।

{"id":196364,"width":581,"height":388,"sizeSlug":"large"}

ସୂଚନାଯୋଗ୍ୟ ଯେ, ନରେନ୍ଦ୍ର ମୋଦିଙ୍କ କାହାକୁ ନଜଣାଇ ଗୋଧ୍ରା ଷ୍ଟେସନ ଗସ୍ତ କରିଥିବା ଅଭିଯୋଗକୁ କମିଶନ ଖାରଜ କରିବା ସହ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଷ୍ଟେସନ ଯିବା ଖବର ସବୁ ସରକାରୀ ଏଜେନ୍ସିଙ୍କ ନିକଟରେ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।  ଗୋଧ୍ରା ରେଲଓ୍ବ ଷ୍ଟେସନରେ ୫୯ ଜଣ କାରସେବଙ୍କ ପୋଷ୍ଟମର୍ଟମ କରାଯାଇଥିଲା, ଏହି ଅଭିଯୋଗ ଉପରେ କମିଶନ ଉତ୍ତର ଦେଇ କହିଛନ୍ତି ଯେ, ପୋଷ୍ଟମର୍ଟମ ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ନୁହେଁ, ଏହା ସରକାରୀଙ୍କ ଅଧିକାରୀଙ୍କ ଆଦେଶରେ ପୋଷ୍ଟମର୍ଟମ କରାଯାଇଥିଲା । ହିନ୍ଦୁ ସଂପ୍ରଦାୟର ଲୋକମାନଙ୍କୁ ସେମାନଙ୍କ ପ୍ରତିଶୋଧ ନେବା ପାଇଁ ସୁଯୋଗ ଦିଆଯାଇଥିଲା ବୋଲି ପୂର୍ବତନ ଆଇପିଏସ ଅଧିକାରୀ ସଜୀବ ଭଟ୍ଟଙ୍କ ଅଭିଯୋଗରେ କମିଶନ କହିଛନ୍ତି ଯେ, ଏପରି ଭାବେ କୌଣସି ବୈଠକ ହୋଇନାହିଁ କି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏପରି କିଛି ଆଦେଶ ଦିଆଯାଇନଥିଲା ବୋଲି କମିଶନ ରିପୋର୍ଟରେ ଦର୍ଶାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.