Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ସମ୍ପତ୍ତିର ମୂଲ୍ୟ ୭୨ କୋଟି, ତଥାପି ଜୀଉଁଛନ୍ତି ସାଧାସିଧା ଜୀବନ

5/10/2018 at 6:14 PM

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଯୌନ ଉତ୍ପୀଡ଼ନ ଓ ମାରପିଟ ଅଭିଯୋଗ ପରେ ବରିଷ୍ଠ ଅଭିନେତା ନାନା ପାଟେକର ଏବେ ଚର୍ଚ୍ଚାରେ ରହିଛନ୍ତି | ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଗମନ’ ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ନାନା ପାଟେକର ଗତ ୪ ଦଶନ୍ଧି ମଧ୍ୟରେ ବହୁ ଫିଲ୍ମରେ ଅଭିନୟ କରିଛନ୍ତି | ସେ ଏବେ ୧୦ ମିଲିୟନ ଡଲାର ବା ୭୨ କୋଟି ଟଙ୍କାର ମାଲିକ | ତେବେ ଏତେ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଅତି ସାଧାରଣ ଜୀବନ ଯାପନ କରିଥାନ୍ତି ନାନା ପାଟେକର |
ପୁନେ ନିକଟରେ ଖଡକବାସଲା ଠାରେ ୨୫ ଏକର ପରିମିତି ଜମିରେ ନାନାଙ୍କର ଏକ ଫାର୍ମ ହାଉସ ରହିଛି | ଏହି ଫାର୍ମ ହାଉସର ମୂଲ୍ୟ ୧୨ କୋଟି ଟଙ୍କା ବୋଲି ଆକଳନ କରାଯାଉଛି | ଏହି ଫାର୍ମ ମଧ୍ୟରେ ଏକ ୭.ପ୍ରକୋଷ୍ଠ ଏବଂ ଏକ ପ୍ରକାଣ୍ଡ ହଲ ବିଶିଷ୍ଟ ଘର ରହିଛି | ନାନା ନିଜ ରୁଚି ଅନୁସାରେ ଘରର ପ୍ରତ୍ୟେକ ବଖରାକୁ ସଜାଇଛନ୍ତି | ଟେରାକୋଟା କାମ, ଉଡ଼େନ ଫର୍ଣ୍ଣିଚର ଘରର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି | ୨୦୦୮ ମସିହାରେ ‘ଏକ:ଦ ପାୱାର ଅଫ ୱାନ’ ଫିଲ୍ମର କେତୋଟି ଦୃଶ୍ୟ ଏଠାରେ ସୁଟିଂ ହୋଇଥିଲା | ଫାର୍ମ ହାଉସରେ ବିଭିନ୍ନ ପ୍ରକାର ଗଛ ଲଗାଇଛନ୍ତି ନାନା | ଏଥି ସହ ଧାନ, ଗହମ ଓ ବାଦାମ ଚାଷ ମଧ୍ୟ କରିଛନ୍ତି | ଫାର୍ମ ହାଉସରେ ଦୁଧିଆଳୀ ଗାଈ ଓ ମଇଁଷି ମଧ୍ୟ ପାଳିଛନ୍ତି ନାନା |
ସେହିଭଳି ମୁମ୍ବାଇର ଅଂଧେରୀ ଅଂଚଳରେ ଏକ ୭୫ ବର୍ଗ ଫୁଟର ଏକ ଫ୍ଲାଟ ଅଛି | ଏହି ଫ୍ଲାଟରେ ନାନା ରହନ୍ତି | ୯୦ ଦଶକରେ ମାତ୍ର ୧ଲକ୍ଷ ୧୦ ହଜାର ଟଙ୍କା ଦେଇ ସେ ଏହି ଫ୍ଲାଟଟି କିଣିଥିଲେ | ତେବେ ଏହାର ଦାମ ୭କୋଟି ଉପରେ ବୋଲି ଆକଳନ କରାଯାଉଛି | ଏହା ବ୍ୟତୀତ ନାନାଙ୍କ ପାଖରେ ଅଡି-ଏ ୭ ଗାଡି ଅଛି | ଏହି ଗାଡିର ଦାମ ୮୧ ଲକ୍ଷ ଟଙ୍କା | ଏହା ବ୍ୟତୀତ ନାନାଙ୍କ ପାଖରେ ୧୦ ଲକ୍ଷ ଟଙ୍କା ମୂଲ୍ୟର ମହିନ୍ଦ୍ରା ସ୍କର୍ପିଓ ଏବଂ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ଏକ ବୁଲେଟ ମଧ୍ୟ ରହିଛି |
ସୂଚନାଯୋଗ୍ୟ ଯେ, ନାନା ପାଟେକର ଜଣେ ଭଲ ସ୍କେଚ ଆର୍ଟିଷ୍ଟ | ଅପରାଧୀଙ୍କ ବଡ ବଡ ସ୍କେଚ ତିଆରି କରିବା କ୍ଷେତ୍ରରେ ମୁମ୍ବାଇ ପୋଲିସକୁ ନାନା ସହାୟତା କରିଥାନ୍ତି | ନାନା କୁହନ୍ତି ରୁଚି ପୂରଣ କରିବା ପାଇଁ ବା ସଉକରେ ସେ ଫିଲ୍ମ ଅଭିନୟ କରିନଥିଲେ | ବଂଚିବା ଲାଗି ଆବଶ୍ୟକ ଅର୍ଥ ସଂଗ୍ରହ ହିଁ ଫିଲ୍ମରେ କାମ କରିବା ପାଇଁ ତାଙ୍କୁ ବାଧ୍ୟ କରିଥିଲା | ସେଥିପାଇଁ ଆଜି ଅନେକ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ସେ ସାଧାସିଧା ଜୀବନ ଜିଇଁବାକୁ ପସନ୍ଦ କରିଥାନ୍ତି | ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ନାନା ପାଟେକର ରାସ୍ତାରେ ଥିବା ଜେବ୍ରା କ୍ରସିଂ ପେଣ୍ଟିଙ୍ଗ ମଧ୍ୟ କରୁଥିଲେ | ଆପଲାଏଡ଼ ଆର୍ଟରେ ନାନା ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି |
ନାନା ପାଟେକରଙ୍କୁ ଚାଷୀମାନଙ୍କ ମସିହା ବୋଲି ମଧ୍ୟ କୁହାଯାଏ | କାରଣ ୨୦୧୫ ମସିହାରେ ମହାରାଷ୍ଟ୍ରର ମରାଠାୱାଡା ଜିଲ୍ଲାରେ ମରୁଡି ପରିସ୍ଥିତି ଉପୁଜିଥିଲା | ଏହି ସମୟରେ ସରକାରୀ ସାହାଯ୍ୟଠୁ ଆଗରେ ନାନା ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ବାହାରିଥିଲେ | ପ୍ରାୟ ୧୦୦ରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ୧୫,୦୦୦ ଟଙ୍କା ଲେଖାଏଁ ଚେକ ପ୍ରଦାନ କରିଥିଲେ | ଚାଷୀମାନଙ୍କ ପାଇଁ ସେ ଏକ ସ୍ବେଛାସେବୀ ସଂଗଠନ ମଧ୍ୟ ଗଢ଼ିଛନ୍ତି |

   Related Posts