Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ ତନୁଶ୍ରୀ : ନାନାଙ୍କୁ ମୁମ୍ବାଇ ପୋଲିସର କ୍ଲିନ୍ ଚିଟ୍

13/06/2019 at 5:17 PM

ମୁମ୍ବାଇ ୧୩/୬ : ତନୁଶ୍ରୀ ଦତ୍ତ ଗତବର୍ଷ ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ । ନାନା ପାଟେକରଙ୍କ ବିରୋଧରେ ଅଭିଯୋଗ କରି ତନୁଶ୍ରୀ ବଲିଉଡରେ ମି ଠୁ ଅଭିଯାନ ଆରମ୍ଭ କରିଥିଲେ । ମାମଲା ମୁମ୍ବାଇ ପୋଲିସ ପର୍ଯ୍ୟନ୍ତ ପହଞ୍ଚିଥିଲା । ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରିଥିଲା । ଏବେ ଏହି ମାମଲାରେ ନୂଆ ମୋଡ଼ ଆସିଛି । ତଦନ୍ତ ବେଳେ ପୋଲିସକୁ ନାନା ପାଟେକରଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ ।

ଏହି ମାମଲାରେ ମୁମ୍ବାଇ ପୋଲିସ ନାନା ପାଟେକରଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଖବର ମିଳିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ତନୁଶ୍ରୀ ସଫାସଫି ଭାବେ କହିଥିଲେ ଯେ, ତାହା ଅପପ୍ରଚାର । ଗଣମାଧ୍ୟମରେ ନାନା ପାଟେକରଙ୍କ କ୍ଲିନ୍ ଚିଟ୍ ଖବର ମିଛ ବୋଲି କହିଥିଲେ ତନୁଶ୍ରୀ । ମୁମ୍ବାଇ ପୋଲିସ ଏହିଭଳି କୌଣସି ବୟାନ ଦେଇନାହିଁ ବୋଲି କହିଥିଲେ ତନୁଶ୍ରୀ । ମି ଠୁ ମାମଲାରେ ଏବେ ମଧ୍ୟ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ତନୁଶ୍ରୀ ।

ତନୁଶ୍ରୀଙ୍କ ଓକିଲ ନିତିନ ସତପୁତେ କହିଛନ୍ତି ଯେ, ତାଙ୍କୁ ସିବାଦ ପୋଲିସ ଥାନାରୁ କୌଣସି ଅଫିସିଆଲ ସୂଚନା ମିଳିନାହିଁ । ସେ କହିଛନ୍ତି ଯେ, ଯଦି ସମରି ରିପୋର୍ଟକୁ ଧ୍ୟାନରେ ରଖି ପୋଲିସ ବି କିମ୍ବା ସି କ୍ଲାସିଫିକେସନ ଫାଇଲ୍ କରେ ତାହେଲେ ତାହା ଫାଇନାଲ ରିପୋର୍ଟ ନୁହଁ । ଏହି ରିପୋର୍ଟ ବିରୋଧରେ ସେମାନେ କୋର୍ଟରେ ଆବେଦନ କରିପାରିବେ ଏବଂ ଶୁଣାଣି ପରେ ପୋଲିସକୁ ପୁଣିଥରେ ତଦନ୍ତ ପାଇଁ ଦାବି କରିପାରିବେ । ନାନା ପାଟେକରଙ୍କ ମାମଲାରେ ପୋଲିସ ବହୁତ ଢିଲା ଭାବେ କାମ କରିଛି ଏବଂ କୌଣସି ସାକ୍ଷ୍ୟ ପ୍ରମାଣ ରିପୋର୍ଟ ରୁଜ୍ଜୁ କରିନାହିଁ ବୋଲି କହିଛନ୍ତି ତନୁଶ୍ରୀଙ୍କ ଓକିଲ । ସେ ମୁମ୍ବାଇ ପୋଲିସଙ୍କ ସମରି ରିପୋର୍ଟ ବିରୋଧରେ ମୁମ୍ବାଇ ହାଇକୋର୍ଟରେ ପିଟିସନ ଜାରି କରୁଛନ୍ତି ବୋଲି କହିଛନ୍ତି ତନୁଶ୍ରୀଙ୍କ ଓକିଲ ।

 

   Related Posts