ନୂଆଦିଲ୍ଲୀ ୧୩|୪: ନିର୍ବାଚନ ଆୟୋଗଙ୍କ ଛାଟ ପରେ ଏବେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ନମୋ ଟିଭିରେ କୌଣସି କାର୍ଯ୍ୟକ୍ରମ ପ୍ରସାରଣ ନେଇ କଟକଣା ଜାରି କରିଛନ୍ତି। ନିର୍ବାଚନ କମିଶନଙ୍କ ଅନୁମତି ବିନା କୌଣସି କାର୍ଯ୍ୟକ୍ରମକୁ ନମୋ ଟିଭିରେ ପ୍ରସାରଣ ନକରିବାକୁ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ନିର୍ବାଚନ ମୁଖ୍ୟ ଅଧିକାରୀ। ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କରାଯାଉଥିବା କୌଣସି ରାଜନୈତିକ ପ୍ରଚାର କାର୍ଯ୍ୟକ୍ରମକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ନମୋ ଟିଭିର ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ପାଇଁ ଦୁଇ ଜଣ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି।
ସୋନପୁର ସମାବେଶ ପରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ...