ନଏଡାରେ ଭୋଟ ବେଳେ ବଣ୍ଟାଗଲା 'ନମୋ ଫୁଡ ପ୍ୟାକେଟ' : ଆଚରଣ ବିଧି ଉଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

Published By : Prameya-News7 Bureau | April 11, 2019 IST

ନୂଆଦିଲ୍ଲୀ ୧୧/୪ : ଦିଲ୍ଲୀ ଅନ୍ତର୍ଗତ ଗୌତମ ବୁଦ୍ଧ ନଗର ଆସନରେ ଭୋଟ ଗ୍ରହଣ ବେଳେ ନମୋ ଫୁଡ ପ୍ୟାକେଟ ବଣ୍ଟା ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି | ଉତ୍ତର ପ୍ରଦେଶ ନଏଡାରେ ଭୋଟ ଗ୍ରହଣ ବେଳେ ନମୋ ଫୁଡ ପ୍ୟାକେଟ ବଣ୍ଟା ଯାଉଥିବା ଖବର ସୋସିଆଲ ମିଡ଼ିଆରେ ଛାଇ ଯାଇଥିଲା | ସୂଚନାଯୋଗ୍ୟ ଯେ, ନଏଡା ୧୫ଏ ଅନ୍ତର୍ଗତ ପୁଲିଂ ବୁଥରେ ଗୌତମ ବୁଦ୍ଧ ନଗର ଆସନ ପାଇଁ ଆଜି ମତଦାନ ହେଉଛି | ଆଜି ଏଠାରେ ବିଜେପି ପ୍ରାର୍ଥୀ ମହେଶ ଶର୍ମା ଭୋଟ ଦେଇଥିଲେ | ସେହି ପୁଲିଂ ବୁଥରୁ ପୋଲିସ ଗାଡିରୁ ପୁଲିଂ ଅଧିକାରୀଙ୍କୁ ନମୋ ଫୁଡ ପ୍ୟାକେଟ ବଣ୍ଟା ଯାଇଥିଲା | ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

{"id":102364}


ଟ୍ୱିଟରରେ ଅନେକ ୟୁଜର୍ସ 'ନମୋ ଫୁଡ ପ୍ୟାକେଟ'କୁ ନେଇ ଟ୍ୱିଟ କରିଛିନ | ଜଣେ ୟୁଜର ଏନେଇ ପ୍ରଶ୍ନ ଉଠାଇଛନ୍ତି | ସେ ଏହାକୁ ଆଦର୍ଶ ଆଚରଣ ବିଧି ଉଲଂଘନ କରାଯାଇଥିବା କହିଛନ୍ତି |

wp:core-embed/twitter {"url":"https://twitter.com/i/status/1116207715481612288","type":"rich","providerNameSlug":"twitter","className":""}
https://twitter.com/i/status/1116207715481612288
/wp:core-embed/twitter


ନମୋ ଫୁଡ ପ୍ୟାକେଟ ବଣ୍ଟା ଯିବା ମାମଲାରେ ପ୍ରତିକ୍ରିୟା ରଖିଛି କଂଗ୍ରେସ | ଅଲ ଇଣ୍ଡିଆ ମହିଳା କଂଗ୍ରେସ ଟ୍ୱିଟ କରି ଏହାକୁ ଆଚରଣ ବିଧିର ଉଲଂଘନ ବୋଲି କହିଛନ୍ତି | ନିର୍ବାଚନ ଆୟୋଗ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି |


ଅପରପକ୍ଷରେ ଗୌତମ ବୁଦ୍ଧ ନଗର ଏସଏସପି ଏହାକୁ ଅସ୍ବୀକାର କରିଛନ୍ତି | ସେ କହିଛନ୍ତି ନଏଡାରେ ନମୋ ଫୁଡ ନାମରେ ଏକ ଖାଦ୍ୟ ସାମଗ୍ରୀ ଦୋକାନ ରହିଛି | ଏହା ବହୁ ପୁରୁଣା ଦୋକାନ | ସେଠାରୁ ସ୍ଥାନୀୟ ପୋଲିସକର୍ମୀ କିଛି ପ୍ୟାକେଟ ନେଇଥିଲେ | ପୋଲିସକର୍ମୀଙ୍କୁ ଖାଇବା ପାଇଁ ଦେବାକୁ ସେଠାରୁ କିଛି ପ୍ୟାକେଟ ନିଆଯାଇଥିଲା | ତେବେ କୌଣସି ରାଜନୈତିକ ଦଳ ଦ୍ଵାରା ଏହି ପ୍ୟାକେଟ ବଣ୍ଟା ଯାଇନାହିଁ ବୋଲି କହିଛନ୍ତି ଏସଏସପି |

wp:core-embed/twitter {"url":"https://twitter.com/i/status/1116229996891209728","type":"rich","providerNameSlug":"twitter","className":""}
https://twitter.com/i/status/1116229996891209728
/wp:core-embed/twitter


ନିର୍ବାଚନ ଆୟୋଗ ଏହି ମାମଲାରେ ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ନମୋ ଫୁଡ ପ୍ୟାକେଟ ବିକ୍ରି କରୁଥିବା କମ୍ପାନୀ ନଏଡାର ବହୁତ ପୁରୁଣା କମ୍ପାନୀ | କମ୍ପାନୀ ନମୋ ନାଁ ରେଜିଷ୍ଟର କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.