ମମିତା ମେହେର ନିଖୋଜ ମିଷ୍ଟ୍ରି : ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ରାତି ତମାମ ଜେରା, ଆଜି କରାଯିବ କୋର୍ଟ ଚାଲାଣ

Published By : Prameya-News7 Bureau | October 20, 2021 IST

କଳାହାଣ୍ଡି/ବଲାଙ୍ଗୀର ୨୦।୧୦: କଳାହାଣ୍ଡି ଜିଲ୍ଲା ସନସାଇନ୍ କଲେଜ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗତ ରାତି ତମାମ ଘନ ଘନ ଜେରା କରିଛି ପୋଲିସ । ବଲାଙ୍ଗିର ଏସପି ଙ୍କ କାର୍ଯ୍ୟଲୟ ରେ ଘନ ଘନ ଜେରା କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଘଟଣାରେ ବିଭିନ୍ନ ଦିଗକୁ ନେଇପଚରାଉଚୁରା କରାଯାଇଥିବା ସୂଚନା ମିଳିଛି । ଆଜି ଗିବିନ୍ଦଙ୍କୁ କୋର୍ଟଚାଲାଣ କରଯିବ । ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିବା ନେଇ ସୂଚନା ମିଳିଛି।

{"id":529871,"sizeSlug":"full","linkDestination":"none"}

ସେପଟେ ସିନ୍ଧେକେଲା ଥାନା ରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜ ନାଇଟଓ୍ବାଚ୍ ମ୍ୟାନ ଗୁପ୍ତେ ତାଣ୍ଡି ଓ କଲେଜ ପ୍ରିନ୍ସପାଲ ରଂଜୀତ ସାହୁଙ୍କୁ ମଧ୍ୟ ବଲାଂଗୀର ଆଣି ପଚରାଉଚୁରା ଚଳାଇଛି ବଲାଙ୍ଗୀର ପୋଲିସ । ଆଜି ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରାହିଛି। ଉତ୍ତରାଞ୍ଚଳ ଡ଼ିଆଇଜି ଦୀପକ କୁମାର , ବଲାଙ୍ଗୀର ଏସପି ନୀତିନ କୁଶଲକରଙ୍କ ସହ ଵିଭିନ୍ନ ଅଧିକାରୀ ମିଳିତ ଜେରା କରିଛନ୍ତି । ରାତି ତମାମ ଜେରା ଜାରି ରହିଥିଲା। ଦୀର୍ଘ ୯ ଘଣ୍ଟା ଧରି ଜେରା କରାଯାଇଥିବା ବେଳେ ବିଭିନ୍ନ ତଥ୍ୟ ପୋଲସ ହାତରେ ଲାଗିଥିବା ସୂଚନା ମିଳିଛି ।

{"id":529872,"sizeSlug":"full","linkDestination":"none"}

ସେହିପରି ଅନ୍ୟ ୩ ଜଣଙ୍କ ଠାରୁ ମଧ୍ୟ ବହୁ ତଥ୍ୟ ହାସଲ କରିଛି ପୋଲିସ। ରାତି ୩ ଟାରେ ଡ଼ାକ୍ତରୀ ପରୀକ୍ଷା ପାଇଁ ଗୋବିନ୍ଦଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଗୋବିନ୍ଦ ଶେଷ ଥର ପାଇଁ ମମିତାଙ୍କ ସହ କଳାହାଣ୍ଡିରେ ସପିଙ୍ଗ କରିବାକୁ ଯାଇଥିବାର ସିସିଟିଭି ଭିଡିଓ ପୋଲିସ ହାତରେ ଲାଗିଛି । ସେବେଠାରୁ ମମିତା ନିଖୋଜ ହେବା ଏବଂ ଗୋବିନ୍ଦ ପୋଲିସି ବାରାକରୁ ଫେରାର ହେବ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ନେଇ ଘନ ଘନ ଜେରା କରାଯାଇଛି । ଅନେକ ତଥ୍ୟ ଓଗାଳିଛି ପୋଲିସ୍ । ଘଟଣାରେ ପୋଲିସ ଜଣେ +୩ ଛତ୍ରୀଙ୍କୁ ଅଟକ ରଖିଥିବା ବେଳେ ବର୍ତ୍ତମାନ ତାଙ୍କୁ କେଉଁଠି ରଖାଯାଇଛି । ଜେରା କରାଯାଇଛି କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନି।

{"id":529873,"sizeSlug":"full","linkDestination":"none"}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.