ଟି ୨୦ ବିଶ୍ବକପ : ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନଙ୍କ ବିସ୍ଫୋରକ ବ୍ୟାଟିଂ, ନାମିବିୟାକୁ ବିଜୟ ଲକ୍ଷ୍ୟ…

Published By : Prameya-News7 Bureau | November 02, 2021 IST

ଦୁବାଇ ୦୨/୧୧ : ଟି ୨୦ ବିଶ୍ବକପର ଆଜିର ମ୍ୟାଚରେ ସାମ୍ନାସାମ୍ନୀ ହୋଇଛନ୍ତି ପାକିସ୍ତାନ ଏବଂ ନାମିବିୟା । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ ହରାଇ ୧୮୯ ରନ ସଂଗ୍ରହ କରିଛି ଦଳ । ପାକିସ୍ତାନର ଓପନିଂ ଯୋଡି ପୁଣି କମାଲ କରିଛନ୍ତି । ମହମ୍ମଦ ରିଜଓ୍ବାନ ଏବଂ ବାବର ଆଜମଙ୍କ ଦମଦାର ଅର୍ଦ୍ଧଶତକ ପାକିସ୍ତାନକୁ ବଡ ସ୍କୋର ଦେଇଛି ।

ମହମ୍ମଦ ରିଜଓ୍ବାନ ଏବଂ ବାବର ଆଜମ ପ୍ରଥମ ଓ୍ବିକେଟ ପାଇଁ ଭଲ ମୂଳଦୁଆ ପକାଇଥିଲେ । ବାବର ଆଜମ ୪୯ ବଲ ଖେଳି ୭ ଚୌକର ସହାୟତାରେ ୭୦ ରନ କରି ଆଉଟ ହୋଇଥିବା ବେଳେ ରିଜଓ୍ବାନ ୫୦ଟି ବଲ ଖେଳି ୮ ଚୌକା ଏବଂ ୩ ଛକା ସହାୟତାରେ ୭୯ ରନ କରି ଅପରାଜିତ ଅଛନ୍ତି । ଫକର ଜମାନ ୫ ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ହାଫିଜ – ରନ କରି ଅପରାଜିତ ଅଛନ୍ତି ।

ନାମିବିୟା ପକ୍ଷରୁ ରୁବେନ ଟ୍ରମ୍ପେଲମାନ୍ନ ୪ ଓଭରରେ ୩୬ ରନ ଦେଇଥିବା ବେଳେ, ଡେଭିଡ୍‌ ଓ୍ବାଇସ୍‌ ୪ ଓଭରରେ ୩୦ ରନ ୧ ଓ୍ବିକେଟ, ଜେ​‌ଜେ ସ୍ବିଟ ୪ ଓଭରରେ ୫୦ ରନ,  ଜାନ୍‌ ଫ୍ରାଏଲିଙ୍କ୍‌ ୪ ଓଭରରେ ୧ ରନ ୧ ଓ୍ବିକେଟ, ବେନ୍‌ ସିକୋଙ୍ଗୋ ୨ ଓଭରରେ ୧୯ରନ, ନିକୋଲ ଇଟୋନ ୨ ଓଭରରେ ୨୦ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.