ଟି ୨୦ ବିଶ୍ବକପ : ଗ୍ଲେନ୍ ଫିଲିପ୍ସ ଏବଂ ଜେମସ୍‌ ନିସାମଙ୍କ ଦର୍ଶନୀୟ ଇଂନିସ, ନାମିବିୟାକୁ ବିଜୟ ଲକ୍ଷ୍ୟ…

Published By : Prameya-News7 Bureau | November 05, 2021 IST

ଶାରଜାହା ୦୫/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଆଜିର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ନାମିବିୟା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନାମିବିୟା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୬୩ ରନ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ । ଦଳ ପ୍ରଥମରୁ ସାମାନ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଶେଷରେ ଗ୍ଲେନ୍‌ ଫିଲିପ୍ସ ଏବଂ ଜେମସ୍‌ ନିସାମଙ୍କ ବିସ୍ଫୋରକ ବ୍ୟାଟିଂ ବଳ​‌ରେ ଫାଇଟିଂ ଟୋଟାଲ ସ୍କୋର କରିଛି ନ୍ୟୁଜିଲାଣ୍ଡ ।

ଦଳ ପକ୍ଷରୁ ଓପନର ମାର୍ଟିନ ଗପଟିଲ ୧୮ ରନ କରି ଆଉଟ ହୋଇଥିବା ବେଳେ, ଡାରିଲ ମିଚେଲ ୧୯ରନ, ଅଧିନାୟକ କେନ୍ ଓ୍ବିଲିୟମସନ ୨୮ରନ, ଡେଭନ୍‌ କୋନଓ୍ବେ ୧୭ ରନ କରି ଆଉଟ ହୋଇଛନ୍ତି ।  ଗ୍ଲେନ୍‌ ଫିଲିପ୍ସ ୩୯ ରନ ଏବଂ ଜେମସ ନିସାମ ୩୫ ରନ କରି ଅପରାଜିତ ଅଛନ୍ତି । ନାମିବିୟା ପକ୍ଷରୁ ବର୍ଣ୍ଣାଡ ସ୍କୋଲଜ୍‌ ୩ ଓଭରରେ ୧୫ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ରୁବେନ୍‌ ଟ୍ରମ୍ପେଲମାନ୍ନ ୩ ଓଭରରେ ୨୫ରନ, ଡେଭିଡ୍‌ ଓ୍ବାଇସ୍‌ ୪ ଓଭରରେ ୪୦ ରନ ୧ ଓ୍ବିକେଟ, ନିକୋଲ ଇଟୋନ୍‌ ୨ ଓଭରରେ ୨୪ରନ, ଗେରହାର୍ଡ ଏରସ୍‌ମସ୍‌ ୪ ଓଭରରେ ୨୨ରନ ୧ ଓ୍ବିକେଟ, କାର୍ଲ ବିର୍କେନ୍‌ଷ୍ଟକ୍‌ ୨ ଓଭରରେ ୯ରନ ଏବଂ ଜେଜେ ସ୍ମିଟ୍‌ ୨ ସଭରରେ ୨୭ ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.