ଟି ୨୦ ବିଶ୍ବକପ : ମହମ୍ମଦ ନବୀଙ୍କ ବିସ୍ଫୋରକ ବ୍ୟାଟିଂ, ନାମ୍ବିଆକୁ ବିଜୟ ଲକ୍ଷ୍ୟ…

Published By : Prameya-News7 Bureau | October 31, 2021 IST

ଶାରଜାହା ୩୧/୧୦ : ଟି ୨୦ ବିଶ୍ବକପର ଆଜିର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆଫଗାନିସ୍ତାନ ଏବଂ ନାମ୍ବିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୬୦ ରନ ସଂଗ୍ରହ କରିଛି ଦଳ । ନାମ୍ବିଆକୁ ଜିତିବାକୁ ହେଲେ ୧୬୧ ରନ କରିବାକୁ ହେବ ।

ଆଫଗାନିସ୍ତାନ ପକ୍ଷରୁ ଦୁଇ ଓପନିଂ ଯୋଡି ହାଜରାତୁଲ୍ଲା ଜାଜାଇ ଏବଂ ମହମ୍ମଦ ସାହାଜାଦ ଭଲ ଆରମ୍ଭ କରିଥିଲେ । ହାଜରାତୁଲ୍ଲା ୩୩ ରନ କରି ଆଉଟ ହୋଇଥିବା ବେଳେ ସାହାଜାଦ ୪୫ ରନକରି ଆଉଟ ହୋଇଛନ୍ତି । ସେହିଭଳି ରମାନୁଲ୍ଲା ଗୁରବାଜ ୪ରନ, ଅସଗର ଆଫଗାନ୍‌ ୩୧ ରନ ଏବଂ ନଜିବୁଲ୍ଲା ଜରଦାନ୍‌ ୭ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ନବୀ ୩୨ ରନ ଏବଂ ଗୁଲାବୁଦ୍ଦିନ ନୈବ୍‌ ୧ ରନ କରି ଅପରାଜିତ ଅଛନ୍ତି ।

ନାମ୍ବିଆ ପକ୍ଷରୁ ରୁବେନ୍‌ ଟ୍ରମ୍ପେଲମନ୍ନ ୪ ଓଭରରେ ୩୧ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ଜେ​‌ଜେ ସ୍ମିଟ୍‌ ୩ ଓଭରରେ ୨୨ ରନ ୧ ଓ୍ବିକେଟ, ଡେଭିଡ୍‌ ଓ୍ବାଇସ୍‌ ୪ ଓଭରରେ ୩୩ ରନ, ଜାନ୍‌ ପ୍ରାଇଲିଙ୍କ୍‌ ୩ ଓଭରରେ ୨୪ରନ, ନିକୋଲ ଲୋଫ୍ଟି ୪ ଓଭରରେ ୨୧ ରନ ୨ ଓ୍ବିକେଟ, ବର୍ଣ୍ଣାଡ୍‌ ସ୍କୋଲଜ୍‌ ୧ ସଭରରେ ୮ରନ ଏବଂ ଗେରହାଡ୍‌ ଏରାସମସ୍‌ ୧ ସଭରରେ ୭ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.