ଅଣ୍ଡରୱାର୍ଲ୍ଡ ଡନ୍ଙ୍କ ସହ ଯୋଡି ହୋଇଥିଲା ଏହି ଅଭିନେତ୍ରୀଙ୍କ ନାଁ , ହେଲେ ଏହି କାରଣ ପାଇଁ ବାହା ହୋଇଥିଲେ ଜଣେ ବୌଦ୍ଧ ସନ୍ୟାସୀଙ୍କୁ…
5/08/2019 at 10:29 PM

ମୁମ୍ବାଇ୫|୮: ବଲିଉଡର ଅଭିନେତ୍ରୀ ମନ୍ଦାକିନୀଙ୍କୁ ୯୦ ଦଶକର ସବୁଠାରୁ ସୁନ୍ଦରୀ ଓ ବୋଲ୍ଡ ବୋଲି କୁହାଯାଉଥିଲା।୧୯୬୩ ଜୁଲାଇ ୩୦ରେ ମିରଠ୍ରେ ସେ ଜନ୍ମଗ୍ରହଣ କରିଥିଲେ। ମନ୍ଦାକିନୀ ବହୁ ସୁପର ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ‘ରାମ ତେରି ଗଙ୍ଗା ମୈଲି’ ସବୁଠାରୁ ହିଟ୍ ଫିଲ୍ମ ଥିଲା।

ଏହି ଫିଲ୍ମରେ ତାଙ୍କର ଅଶ୍ଳୀଳ ନାଚ ମଧ୍ୟ ଦେଖିବାକୁ ମିଳିଥିଲା। ମନ୍ଦାକିନୀଙ୍କ ଜୀବନରେ ଏହି ଫିଲ୍ମ ମଧ୍ୟ ସବୁଠାରୁ ବିବାଦୀୟ ଥିଲା। ଅଣ୍ଡର ଓ୍ବାର୍ଲଡ ଦାଉଦ୍ ଇବ୍ରାହିମ ସହ ମିଳାମିଶା ପରେ ମନ୍ଦାକିନୀ ଆହୁରି ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ଦାଉଦ ସହ ତାଙ୍କ ଫଟୋ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଦାଉଦ-ମନ୍ଦାକିନୀ ଏକାଠି ବସି ମ୍ୟାଚ ଦେଖିବା ଦୃଶ୍ୟ ମଧ୍ୟ ନଜରକୁ ଆସିଥିଲା ଏହପରେ ଉଭୟଙ୍କ ମଧ୍ୟରେ ସଂପର୍କ ଥିବା ନେଇ ମଧ୍ୟ ଜୋର ଚର୍ଚ୍ଚା ଚାଲିଥିଲା। ଏହି ଚର୍ଚ୍ଚାକୁ ନେଇ ମନ୍ଦାକିନୀ ମୁହଁ ଖୋଲିଥିଲେ। ସେ କହିଥିଲେ ଦାଉଦକୁ ଜାଣିଛନ୍ତି ହେଲେ ତାଙ୍କ ସହ ସଂପର୍କ କଥା ଅସ୍ବୀକାର କରିଥିଲେ।

ତେଜାବ ଓ ଲୌହା ଭଳି ସୁପର ହିଟ୍ ଫିଲ୍ମରେ ମନ୍ଦାକିନୀ ଅଭିନୟ କରିଛନ୍ତି।ହେଲେ ରାମ ତେରି ଗଙ୍ଗା ମୈଲି ଫିଲ୍ମରେ ମିଳିଥିବା ଦମଦାର ଚରିତ୍ର ତାଙ୍କୁ ଏହି ଫିଲ୍ମରେ ମିଳିନଥିଲା।

ମନ୍ଦାକିନୀ ଲାଇମ ଲାଇଟରୁ ଦୂରରେ ରହି ବିବାହ କରିଥିଲେ। ସେ ପୂର୍ବ ବୌଦ୍ଧ ସନ୍ୟାସୀଙ୍କୁ ବିବାହ କରିଥିଲେ। ସୂଚନାନୁସାରେ ତିବତରେ ସେ ଏବେ ଯୋଗ ଶିକ୍ଷା ଦେଉଛନ୍ତି। ଗ୍ଲାମର ଦୁନିଆଠାରୁ ଦୂରରେ ରହି ସେ ଦଲାଇ ଲାମା ଦିକ୍ଷାରେ ଦିକ୍ଷିତ ହୋଇଛନ୍ତି।