ଗାଁର ନାଁ ‘କରୋନା’, ନାମ ଶୁଣିଲେ ଖଣ୍ଡେ ଦୂରରୁ ବାଟ ଭାଙ୍ଗି ଯାଉଛନ୍ତି ଲୋକେ

Published By : Prameya-News7 Bureau | March 29, 2020 IST

ସୀତାପୁର :  ଉତ୍ତର ପ୍ରଦେଶ ସୀତାପୁରରେ ଥିବା ଏକ ଗ୍ରାମ ଏବେ ତା ନାଁ ଯୋଗୁ ଆତଙ୍କର କାରଣ ପାଲଟିଛି।  ଗ୍ରାମବାସୀଙ୍କ ଲାଗି ଗାଁର ନାଁ ଏବେ ଅଭିଶାପ ପାଲଟିଯାଇଛି।  ଲୋକେ ନିଜ ଗାଁ ନାଁ କହିବା ମାତ୍ରେ ତାଙ୍କୁ  ସମସ୍ତେ ଦୂର ଦୂର କରୁଛନ୍ତି। କାରଣ ଗାଁର ନାଁ କରୋନା। ଏହି  ଗାଁ ଆଜିକାଲିର ନୁହେଁ। ଏହାର ଇତିହାସ ହଜାର ବର୍ଷରୁ ବି ଅଧିକ ପୂରୁଣା। ଏଣୁ ଲୋକେ ଗାଁର ନାମକୁ ଖୁବ୍ ଶ୍ରଦ୍ଧାରେ ନିଅନ୍ତି। ହେଲେ କରୋନା ସଂକ୍ରମଣ ପରଠାରୁ ଗାଁର ଲୋକେ ଅଛୁଆଁ ହୋଇଯାଇଛନ୍ତି। ଏବେ ଗାଁକୁ କେହି ଆସୁନଥିବା ବେଳେ ବାହାରକୁ ପେଟ ପାଟଣା ଲାଗି ଯାଇଥିବା ଲୋକେ ଗାଁକୁ ଫେରିବାକୁ ବାଧ୍ୟ ହେଉଛନ୍ତି।

{"id":246070,"sizeSlug":"large"}

ଭାରତୀୟ ପୁରାଣ ସଂହିତାରେ ନୈମିଷାରଣ୍ୟର ମହତ୍ୱ କାହାକୁ ଅଛପା ନୁହେଁ। ନୈମିଷ୍ୟାରଣ୍ୟର ୮୪ କୋସିୟ ପରିକ୍ରମାରେ ଏହି ଗାଁଟି ଥିବା ବେଳେ କାହିଁ କେତେକାଳରୁ ଏହାରନାମ କରୋନା ରହିଆସିଛି। ତପୋ ଭୂମି ଭାବେ ଜଣାସୁଣା ଅଞ୍ଚଳକୁ ଲୋକେ ଆଜିବି ପବିତ୍ର ଭୂମି ମନେ କରନ୍ତି। ହେଲେ କରୋନା ସଂକ୍ରମଣ ପରଠାରୁ ଗାଁ ତା ନାମ ଯୋଗୁ ଅସ୍ପୃଶ୍ୟ ହୋଇପଡିଛି।

{"id":246071,"sizeSlug":"large"}

ଏହି ଗାଁର ଲୋକ ସଂଖ୍ୟା ପ୍ରାୟ ୮ ହଜାର। ଅଧିକାଂଶ ବାସିନ୍ଦା ବ୍ରାହ୍ମଣ ଓ ଗୋପାଳ ସମ୍ପ୍ରଦାୟର। ସେମାନଙ୍କ ଆୟର ମୁଖ୍ୟ ସ୍ରୋତ  କୃଷି ଓ ଗୋ ପାଳନ। ଗାଁଟି ଧାର୍ମିକ ଓସାଂସ୍କୃତିକ ସମ୍ପନ୍ନ ମଧ୍ୟ। ଏଠାରେ ଦ୍ୱାରକାଧୀଶଙ୍କ ପ୍ରାଚୀନ ମନ୍ଦିର ବି ଅଛି। ପ୍ରତିବର୍ଷ ଏଠାକୁ ଦେଶର ବିଭିନ୍ନ ସ୍ଥାନରୁ ତୀର୍ଥ ଯାତ୍ରୀ ମଧ୍ୟ ଦ୍ୱାରକା ଧୀଶଙ୍କ ଦର୍ଶନ ଲାଗି ଆସନ୍ତି। ହେଲେ କରୋନା ସଂକ୍ରମଣ ଗାଁକୁ ନେଇ ଲୋକଙ୍କ ମନରେ ଭୟ ଜାତ କରୁଥିବା ଲୋକେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.