କାର୍ କମ୍ପାନୀଙ୍କ ନାଁର ଅର୍ଥ କ'ଣ ଜାଣିଛନ୍ତି ? ମାରୁତିରୁ ଆରମ୍ଭ କରି ବିଏମଡବ୍ଲୁ ଯାଏଁ ଜାଣନ୍ତୁ କାହିଁକି ରଖାଯାଇଛି ଏହିଭଳି ନାଁ

Published By : Prameya-News7 Bureau | February 18, 2021 IST

ନୂଆଦିଲ୍ଲୀ ୧୮/୦୨ : କାର କିଣିବା ସମୟରେ ସମସ୍ତେ କମ୍ପାନୀ ନାଁ ନିଶ୍ଚୟ ଦେଖିଥାନ୍ତି। ଯେଉଁ କମ୍ପାନୀ ବିଶ୍ୱାସଯୋଗ୍ୟ ଲୋକେ ସେହି କମ୍ପାନୀ କାର କିଣିଥାନ୍ତି। କାର କିଣିଲାବେଳେ ଆପଣ କେବେ ଭାବିଛନ୍ତି କି, ଯେଉଁ କମ୍ପାନୀର କାର ଆପଣ କିଣୁଛନ୍ତି ତା ନାଁ ର ମାନେ କଣ ? ଆମେ ଦେଶରେ ମାରୁତିରୁ ଆରମ୍ଭ କରି ବିଏମଡବ୍ଲୁ ଯାଏଁ ବଡ ବଡ କମ୍ପାନୀ ଅଛି। କିନ୍ତୁ ସମ୍ଭବତଃ ଆପଣ କୌଣସି ଗୋଟେ-ଦୁଇଟି କମ୍ପାନୀର ନାଁର ମାନେ ଜାଣିଥିବେ। ପ୍ରତ୍ୟେକ ବ୍ରାଣ୍ଡ ନାଁ ପଛରେ ନିଶ୍ଚୟ କିଛି ନା କିଛି ଅର୍ଥ ଥାଏ। ଜାଣନ୍ତୁ ଏହି କମ୍ପାନୀର ନାଁ ପଛରେ କଣ ରହିଛି ଅର୍ଥ :

{"id":410898,"sizeSlug":"large","linkDestination":"none"}

Maruti Suzuki-୧୯୭୦ ରେ ମାରୁତି କମ୍ପାନୀ ଆରମ୍ଭ ହୋଇଥିଲା। ବହୁତ ଭାବି ଚିନ୍ତି କମ୍ପାନୀର ନାଁ ମାରୁତି ରଖାଯାଇଥିଲା। ଭାରତର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି। ୧୯୮୨ ମସିହା ପୂର୍ବରୁ କମ୍ପାନୀର ନାଁ ଥିଲା ମାରୁତି ଉଦ୍ୟୋଗ ଲିମିଟେଡ଼। ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ। ତାଙ୍କୁ ଦୃଷ୍ଟିରେ ରଖି କମ୍ପାନୀ ନାଁ ମାରୁତି ରଖାଯାଇଥିଲା। ପରେ ମାରୁତି ଓ ଜାପାନୀ କମ୍ପାନୀ ସୁଜୁକି ମଧ୍ୟରେ ଚୁକ୍ତି ହୋଇଥିଲା। ଏହାପରେ ନାଁ ବଦଳାଇ ମାରୁତି ସୁଜୁକି ରଖାଗଲା।

Honda-ହୋଣ୍ଡା କମ୍ପାନୀର ଫାଉଣ୍ଡର ସୋଇକିରୋ ହୋଣ୍ଡାଙ୍କ ନାଁରେ ନାମିତ। ସୋଇକିରୋ ହୋଣ୍ଡାଙ୍କର ଅଟୋମୋବାଇଲରେ ବହୁତ ରୁଚି ଥିଲା।

BMW- ମହଙ୍ଗା କାର୍ କମ୍ପାନୀ ମଧ୍ୟରେ ଗୋଟିଏ ହେଲା BMW। କମ୍ପାନୀ ନିଜର ଏହି ସର୍ଟ ନାଁରେ ପ୍ରସିଦ୍ଧ | BMW ର ପୁରା ନାଁ ହେଲା Bavarian Motor Works।

Hyundai- କୋରିଆର କାର୍ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ନାଁ ପଛରେ ମଧ୍ୟ ଏକ ଅର୍ଥ ରହିଛି। ୧୯୪୭ରେ ଚୁଙ୍ଗ ଜୁ-ୟୁଙ୍ଗ ଏକ କଷ୍ଟ୍ରକ୍ସନ୍ ଫର୍ମ ଭାବେ କମ୍ପାନୀ ଆରମ୍ଭ କରିଥିଲେ। ହ୍ୟୁଣ୍ଡାଇ କୋରିଆ ଶବ୍ଦ Hanja ରୁ ନିଆଯାଇଛି ଯାହାର ଅର୍ଥ ଆଧୁନିକ ସମୟ।

{"id":410899,"sizeSlug":"large","linkDestination":"none"}

Ford Motor- ଭାରତରେ ଫୋର୍ଡ଼ କାର ବହୁତ ଲୋକପ୍ରିୟ। ଲୋକେ ଫୋର୍ଡ଼ କମ୍ପାନୀ କାର ବହୁତ ପସନ୍ଦ କରିଥାନ୍ତି। କମ୍ପାନୀର ପ୍ରତିଷ୍ଠାତା ହେନରୀ ଫୋର୍ଡ଼ଙ୍କ ନାଁରେ କମ୍ପାନୀର ନାଁ ନାମିତ। ୧୯୧୩ ରେ ହୋଇଥିବା ବିଶ୍ୱ ଆର୍ଥିକ ସଙ୍କଟରୁ କମ୍ପାନୀ ନିଜକୁ ବଞ୍ଚାଇ ରଖିଥିଲା।

Datsun- ପୂର୍ବରୁ କମ୍ପାନୀର ନାଁ ଥିଲା DAT। Den, Aoyama ଓ Takeuchi ର ପ୍ରଥମ ୩ଟି ଅକ୍ଷରରୁ ନିଆଯାଇଥିଲା। ପରେ କମ୍ପାନୀ ନାଁ ବଦଳାଇ DATSON କରିଥିଲା। ପରେ କମ୍ପାନୀକୁ ନିସାନ ମୋଟର୍ସ କିଣିଥିଲେ। ତାପରେ କମ୍ପାନୀର ନାଁ ବଦଳି ‘DATSUN’ ହୋଇଥିଲା।

Toyota- କମ୍ପାନୀର ନାଁ ଫାଉଣ୍ଡର ସାକିଚି ଟୋୟୋଟାଙ୍କ ନାଁରେ ନାମିତ। ଆରମ୍ଭରେ କମ୍ପାନୀର ନାଁ ଥିଲା Toyeda। ପରେ ନାଁ ବଦଳାଇ Toyota କରାଯାଇଥିଲା।

Nissan- ଜାପାନ କାର୍ ନିର୍ମାତା କମ୍ପାନୀ ନିସାନର ନାଁ ପୂର୍ବରୁ ଥିଲା Nippon Sangyo। ପରେ ନାଁ ବଦଳାଇ ତାର ସର୍ଟ ଫର୍ମ ନିସାନ ରଖାଯାଇଥିଲା। 

Volkswagen- ଏହି ଜର୍ମାନ କାର୍ କମ୍ପାନୀକୁ ନାଜି ସୋଶଲ ପାର୍ଟି ଆରମ୍ଭ କରିଥିଲେ। ଜର୍ମାନ ତାନାଶାହ ହିଟଲର କମ ଦାମରେ ଏମିତି କାର ନିର୍ମାଣ କରିବାକୁ ଚାହୁଁଥିଲେ ଯାହାଦ୍ୱାରା ସାଧାରଣ ଜନତାଙ୍କ ଆବଶ୍ୟକତା ପୁରା ହୋଇପାରିବ। କାର୍ ନାଁ Volks+wagen ଦୁଇଟି ଶବ୍ଦକୁ ଯୋଡି ରଖାଯାଇଥିଲା ଯାହାର ଅର୍ଥ ଜନତା ଓ ବାହନ।

Renault- ଫ୍ରାନ୍ସର ଏହି କାର୍ କମ୍ପାନୀର ନାଁ ଫାଉଣ୍ଡର LOUIS REANULT KS ଙ୍କ ନାଁରେ ରଖାଯାଇଛି। କମ୍ପାନୀ କମ ଦାମରେ ଭଲ କାର୍ ଅଫର୍ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.