୫୦ ଦିନ ଜେଲ ପାଇଁ ଇସ୍ରୋର ବୈଜ୍ଞାନିକ ନମ୍ବିନାରାୟଣ ପାଇଲେ ୫୦ ଲକ୍ଷ

Published By : Prameya-News7 Bureau | September 14, 2018 IST

ନୂଆଦିଲ୍ଲୀ;୧୪/୦୯-୫୦ ଦିନ ଜେଲ ପାଇଁ ପାଇଲେ ୫୦ ଲକ୍ଷ । ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ହଁ ଏମିତି ଘଟିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ପୂର୍ବତନ ବୈଜ୍ଞାନିକ, ଗବେଷକ ନମ୍ବି ନାରାୟଣଙ୍କ କ୍ଷେତ୍ରରେ । ୧୯୯୪ ମସିହାରେ ଭାରତୀୟ ମହାକାଶ ଗବେଷଣା ସଂକ୍ରାନ୍ତୀୟ ତଥ୍ୟ ବିଦେଶକୁ ଗୋପନରେ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ କେରଳ ପୋଲିସ ନମ୍ବି ନାରାୟଣ, ତାଙ୍କର ସହଯୋଗୀଙ୍କ ସମେତ ୪ଜଣଙ୍କୁ ଗରଫ କରିଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ମାମଲାର ଅନୁସଂଧାନଭାର ସିବିଆଇକୁ ଦିଆଯାଇଥିଲା । ସିବିଆଇ ଅନୁସଂଧାନ ପରେ କହିଥିଲା ଯେ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ । ତେବେ ସେତେବେଳକୁ ନମ୍ବିନାରାୟଣ ପାଖାପାଖି ଦୁଇମାସ ଜେଲ୍ରେ ରହିସାରିଥିଲେ । ସିବିଆଇର ରିପୋର୍ଟ ପରେ ନମ୍ବିନାରାୟଣ ଗରଫଦାରୀ ପାଇଁ ସେ ହରାଇଥିବା ସମ୍ମାନ, ଭୋଗିଥିବା ମାନସିକ ଯଂତ୍ରଣା ପାଇଁ ମାମଲା ଦାୟର, କରିଥିଲେ । ଏହି ମାମଲାର ବିଚାର କରି ସୁପ୍ରିମ କୋର୍ଟ ନମ୍ବିନାରାୟଣଙ୍କୁ ୫୦ ଲକ୍ଷ ଟଂକାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ନମ୍ବି ନାରାୟଣ ସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ସେ କହିଛନ୍ତି ଯେ, ପ୍ରତ୍ୟେକ ମାମଲାର ଫଏସଲା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ ହେବା ଆବଶ୍ୟକ । ତା ଛଡା କ୍ଷତିପୂରଣ ବାବଦୀୟ ଏହି ୫୦ ଲକ୍ଷ ଟଂକା ଭୁଲ କରିଥିବା ପୋଲିସ ଅଧିକାରୀଙ୍କଠାରୁ ଆଦାୟ ହେବା ଆବଶ୍ୟକ ବୋଲି ମଧ୍ୟ ନମ୍ବିନାରାୟମ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.