ଏମାନେ କେଉଁ ମାଟିରେ ଗଢା: ନମାଜ ପାଇଁ ମସଜିଦରେ ଭିଡ ଜମାଇଲେ, ମନା କରିବାରୁ ପୋଲିସକୁ ଠେଙ୍ଗାରେ ପିଟିଲେ, ପଥର ମାରିଲେ

Published By : Prameya-News7 Bureau | April 24, 2020 IST

ବହରାଇଚ ୨୪।୦୪: କରୋନା ଭାଇରସ୍‌ର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହି ଘଡି ସନ୍ଧି ମୁହୂର୍ତ୍ତିରେ ବାହାରକୁ ନବାହାରି ଘରେ ରହିବାକୁ ଜନତାଙ୍କୁ ବାରମ୍ବାର କରାଯାଉଛି। ସେହି ଭଳି ମସଜିଦକୁ ନଆସି ଘରେ ରହି ନମାଜ ପଢିବାକୁ ଅନେକ ଥର ଅପିଲ୍ କରାଯାଇଛି। ଅନେକ ମୁସଲିମ ଧର୍ମଗୁରୁ ମଧ୍ୟ ଏହି ଅପିଲ୍ କରିଛନ୍ତି। ମାତ୍ର କିଛି ଲୋକ ନିଜ  ଜିଦରେ ଅଟଳ ଅଛନ୍ତି ଯେ, ସେମାନେ ସରକାରଙ୍କ ନିୟମ କାନୁନକୁ ମାନିବେ ନାହିଁ। ଏହି କ୍ରମରେ ଉତ୍ତର ପ୍ରଦେଶର ବହରାଇଚର ବୋଣ୍ଡି ଥାନା ଅନ୍ତର୍ଗତ ଏକ ମସଜିଦରେ ଲକ୍‌ଡାଉନ୍‌ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ନମାଜ ପାଇଁ ଲୋକେ ରୁଣ୍ଡ ହୋଇଥିଲେ। ଯେବେ ପୋଲିସ୍ ମନା କଲା ତେବେ ନମାଜ ପଢିବାକୁ ଆସିୀଥିବା ଲୋକ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।

ସିପାହୀଙ୍କ ଉପରେ ମରଣାନ୍ତ ଆକ୍ରମଣ ଓ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ମାମଲାରେ ୨୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ମୌଲବି ସମେତ ସଭିଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ବୌଣ୍ଡିର ଡିହଓ୍ଵାକଲାଙ୍ଗ ଗାଁରେ ଶୁକ୍ରବାର ଗାଁ ଲୋକେ ମସଜିଦରେ ନମାଜି ମାନେ ରୁଣ୍ଡ ହୋଇ ନମାଜ ପଢୁଥିବା ସୂଚନା ଦେଇଛନ୍ତି। ସୂଚନା ମିଳିବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍ ମସଜିଦରେ ଏକାଠି ରୁଣ୍ଡ ହୋଇ ନମାଜ ନପଢିବାକୁ କହିଥିଲା। ଏହି କଥାକୁ ନେଇ ନମାଜିମାନେ ପୋଲିସ କର୍ମଚାରୀ ଉପରେ ହମଲା କରିଥିଲେ। ଘଟଣାର ସୂଚନା ମିଳିବା ମାତ୍ରେ ବଡ ସଂଖ୍ୟାରେ ପୋଲିସ ଫୋର୍ସ ଆସି ଘଟଣାସ୍ଥଳରେ ପହଞ୍ଚିଗଲେ ଏବଂ ୨୩ ନମାଜିଙ୍କୁ ଗିରଫ କରିଥିଲେ।

ସେହି ପରି ୟୁପିର ଅନ୍ୟ ଏକ ଜିଲ୍ଲାର ଖୈରିଘାଟ ଅଞ୍ଚଳର ତେଲିୟନପୁରଓ୍ଵାରେ ଲକ୍‌ଡାଉନ୍‌ ସମୟରେ ଶୁକ୍ରବାର ଦିନ ବେଳେ ମସଜିଦକୁ ସାମୂହିକ ଭାବେ ନମାଜ ପଢିବାକୁ ଆସୁଥିବା ଲୋକଙ୍କ ସହ ପୋଲିସ ସଂଘର୍ଷ ହୋଇଥିଲା। ନମାଜ ପଢିବାକୁ ଆସିଥିବା ଲୋକ ଠେଙ୍ଗା ଧରି ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହା ସହିତ ପଥରମାଡ ମଧ୍ୟ କରିଥିଲେ। ଏହି ଘଟଣାରେ ଦୁଇ ଜଣ ଦରଘା ସହିତ ଛଅ ପୋଲିସକର୍ମୀ ଆହତ ହୋଇଛନ୍ତି। ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଆହତଙ୍କୁ ଶିବପୁରୀ ପିଏଚସିରେ ଚିକିତ୍ସା କରାଯାଉଛି।

ସୂଚନା ଅନୁଯାୟୀ ଖୈରୀଘାଟ ଥାନା ତେଲିୟନପୁରଓ୍ଵାରେ ଶୁକ୍ରବାର ଦିନ ବେଳେ ଲକ୍‌ଡାଉନ୍‌ ନିୟମ ଖୁଲମଖୁଲା ଉଲ୍ଲଂଘନ କରି ମୌଲବୀ ସହିତ ଅନେକ ଲୋକ ନମାଜ ପଢିଥିଲେ। ଏହି ସମୟରେ ପେଟ୍ରୋଲିଂ କରୁଥିବା ଉପନୀରିକ୍ଷକ ବିନୋଦ ସିଂହ, ଗଜେନ୍ଦ୍ର ପୋଣ୍ଡେ ପୋଲିସ ବଳ ସହିତ  ମସଜିଦ ନିକଟରେ ପହଞ୍ଚିଥିଲେ ଏବଂ ନମାଜିଙ୍କୁ ପଚରାଉଚୁରା କରିଥିଲେ। ଏହାକୁ ନେଇ ମୁସଲିମ ଲୋକ ଠେଙ୍ଗା ଧରି ପୋଲିସ ଉପରେ ଆକ୍ରମଣ କରିଥିଲେ ଏବଂ ପ୍ରବଳ ପଥରମାଡ କରିଥିଲେ। ଏଥିରେ ଉପନୀରିକ୍ଷକ ବିନୋଦ ସିଂହ, ଗଜେନ୍ଦ୍ର ପୋଣ୍ଡେ, ସିପାହୀ ପ୍ରଭାକର ଗୁପ୍ତା, ଅମିତ୍ କୁମାର, ରୋଶନ କୁମାର, ଅବଧବୀର ଆହତ  ହୋଇଛନ୍ତି। ଏହାର ସୂଚନା ପାଇଁ ପୋଲିସ ଫୋର୍ସ ଆସିବା ବେଳକୁ ସବୁ ଆରୋପି ଫେରାର ହୋଇ ସାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.