NAM ଶିଖର ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ- କିଛି ଲୋକ ଆତଙ୍କବାଦର ଭାଇରସ୍ ସଂକ୍ରମଣ କରୁଛନ୍ତି

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସୋମବାର ଗୋଷ୍ଠୀ ନିରପେକ୍ଷ(NAM) ଦେଶର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ବିଶ୍ଵ ମହାମାରୀ କରୋନା ଭାଇରସ୍‌ କାରଣରୁ ଉପୁଜିଥିବା ସ୍ଥିତିକୁ ନେଇ ଆୟୋଜିତ ହୋଇଛି। କରୋନା ସଂକ୍ରମଣରେ ଗୋଷ୍ଠୀ ନିରପେକ୍ଷ ଦେଶ ମଧ୍ୟ ସଂଘର୍ଷ କରୁଛନ୍ତି। ସମ୍ମିଳନୀରେ NAMର ସଦସ୍ୟ ଦେଶ ମଧ୍ୟରେ କରୋନା ମୁକାବିଲାରେ ପାରସ୍ପରିକ ସହଯୋଗ ଏବଂ ଏହାର ଚିକିତ୍ସା ବାହାର କରିବା ଉପରେ ଆଲୋଚନା କରାଯାଇଛି।

ଗୋଷ୍ଠୀ ନିରପେକ୍ଷ ଦେଶର  ଏହି ସମ୍ମିଳନୀ ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କ ପ୍ରୟାସ ବଳରେ ସମ୍ମିଳନୀର ଆୟୋଜନ କରାଯାଇଛି। ଇଲହାମ ଅଲିୟେଭ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସଂପ୍ରତି ଚେୟାରମ୍ୟାନ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

wp:core-embed/twitter {"url":"https://twitter.com/ANI/status/1257333180639645696?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fduring-this-crisis-we-have-shown-how-democracy-discipline-and-decisiveness-can-come-together-says-pm-modi-on-nam-summit%2Farticleshow%2F75539358.cms","type":"rich","providerNameSlug":"twitter","className":""}
https://twitter.com/ANI/status/1257333180639645696?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fduring-this-crisis-we-have-shown-how-democracy-discipline-and-decisiveness-can-come-together-says-pm-modi-on-nam-summit%2Farticleshow%2F75539358.cms
/wp:core-embed/twitter

ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଦୁନିଆର ୧୨୩ ଦେଶରେ ଡାକ୍ତରୀ ଉପକରଣ ଯୋଗାଣ ସୁନିଶ୍ଚିତ କରାଇଛୁ। ଏଥିରେ ୫୯ ଗୋଷ୍ଠୀ ନିରପେକ୍ଷ ଦେଶ ମଧ୍ୟ ସାମିଲ। ପ୍ରଧାନମନ୍ତ୍ରୀ କହିଛନ୍ତି, ସାଧାରଣ ଆୟୁର୍ବେଦିକ ଘରୋଇ ଉପଚାର ଆପଣେଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢା ଯାଇପାରିବ। ବୈଠକରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି କିଛି ଲୋକ ଆତଙ୍କବାଦର ମରଣାନ୍ତ ଭାଇରସ୍, ଗୁଜବ ଏବଂ ନକଲି ଭିଡିଓ ଚାରିଆଡେ ପ୍ରସାର କରୁଛନ୍ତି।

ସମ୍ମିଳନୀର ଆରମ୍ଭ କରି ରାଷ୍ଟ୍ରପତି ଇଲହାମ ଅଲିଭେୟ କରୋନା ମହାମାରୀ ସହ ଲଢିବା ପାଇଁ ଗୋଷ୍ଠୀ ନିରପେକ୍ଷ ଦେଶ ମଧ୍ୟରେ ମେଡିକାଲ ତଥ୍ୟ ପ୍ରସ୍ତୁତ କରିବା ଓ ଏହି ରୋଗରୁ ଲୋକଙ୍କୁ ଉପଶମ ଦେବା ଲାଗି ସାମାଜିକ ଓ ମାନବିକତା ସହଯୋଗ ପାଇଁ ସଦସ୍ୟ ଦେଶଙ୍କୁ ସ୍ଵାଗତ କରିଛନ୍ତି।

ବୈଠକରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନି ଅଜରବୈଜାନର ରାଷ୍ଟ୍ରପତି ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଆୟୋଜିତ କରିବା ପାଇଁ ଧନ୍ୟବାଦ ଦେଇଛନ୍ତି। ଗନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କରୋନା ନେଇ ସାର୍କ ସମ୍ମିଳନୀର ବୈଠକ ଆୟୋଜନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.