Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଜେଲ୍‌ରେ ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମ : ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୨୯ ବର୍ଷ ହେଲା ଅଛନ୍ତି ଜେଲ୍‌ରେ

21/07/2020 at 1:35 PM

ଭେଲ୍ଲୋର ୨୧/୦୭ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଅଭିଯୁକ୍ତ ନଳିନୀ ଶ୍ରୀହରନ ବେଲ୍ଲୋର ଜେଲରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି | ନଳିନୀଙ୍କ ଓକିଲ ପି.ପୁଗାଲେନ୍ଦି କହିଛନ୍ତି ଯେ ଗତକାଲି ରାତିରେ ନଳିନୀ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ | କିନ୍ତ ଜେଲ ଯେଉଁ କାରଣ ଦର୍ଶାଇଛି ତା ଉପରେ ପ୍ରଶ୍ନ ଉଠିଛି | ନଳିନୀ ୨୯ ବର୍ଷ ହେଲା ଜେଲରେ ଅଛନ୍ତି କିନ୍ତୁ ଆଗରୁ କେବେ ଏହିଭଳି ପଦକ୍ଷେପ ଉଠେଇ ନଥିଲେ |

ଜେଲ ସୂତ୍ର ଅନୁଯାୟୀ, ସୋମବାର ରାତିରେ ନଳିନୀ ଓ ଅନ୍ୟ କଏଦୀଙ୍କ ସହିତ ଝଗଡା ହୋଇଥିଲା | ଏହାପରେ ନଳିନୀ ଜେଲ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ | ଏ ସମ୍ପର୍କରେ ଜେଲରଙ୍କ ସହିତ ଯୁକ୍ତିତର୍କ ମଧ୍ୟ ହୋଇଥିଲା | ଏହାପରେ ନଳିନୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ନିଜ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ |

ସୂଚନାଯୋଗ୍ୟ ଯେ, ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଅଭିଯୁକ୍ତ ନଳିନୀ ତାମିଲନାଡୁର ଭେଲ୍ଲୋର ଜେଲରେ ଆଜୀବନ କାରାଦଣ୍ଡ ସଜା କାଟୁଛନ୍ତି | ସେ ବିଗତ ୨୯ ବର୍ଷ ହେଲା ଜେଲରେ ଅଛନ୍ତି | ତାଙ୍କ ଝିଅ ମଧ୍ୟ ଜେଲରେ ଜନ୍ମ ହୋଇଥିଲା | ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଅନ୍ୟ ୬ଜଣ ଦୋଷୀ ମଧ୍ୟ ଜେଲରେ ଅଛନ୍ତି | ଏମାନଙ୍କ ମଧ୍ୟରେ ନଳିନୀଙ୍କ ସ୍ୱାମୀ ମୁରୁଗନ ମଧ୍ୟ ସାମିଲ |

ଜେଲ ସୂତ୍ର ଅନୁଯାୟୀ, ନଳିନୀଙ୍କ ସ୍ୱାମୀ ମୁରୁଗନ ନଳିନୀଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାକୁ କହିଥିଲେ | ନଳିନୀ ସେଠାରେ ସୁରକ୍ଷିତ ନୁହନ୍ତି ବୋଲି ମୁରୁଗନ କହିଥିଲେ | ୧୯୯୧ ମସିହା ମେ ୨୧ ତାରିଖରେ ତାମିଲନାଡୁ ଶ୍ରୀପେରମବୁଦୁରରେ କା ନିର୍ବାଚନ ରାଲି ସମୟରେ ଆତ୍ମଘାତୀ ହମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା | ଏହି ମାମଲାରେ ନଳିନୀଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା | କିନ୍ତୁ ତାମିଲନାଡୁ ସରକାର ତାଙ୍କ ସଜାକୁ ୨୦୦୦ ମସିହା ଏପ୍ରିଲ ୨୪ ତାରିଖରେ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ |

   Related Posts