ରାଜନୀତିକୁ ଲମ୍ପ ମାରିବେ ପୁର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ; ସମ୍ବଲପୁରରୁ ଲଢିବେ ନିର୍ବାଚନ, ଲାଗିଲାଣି ପୋଷ୍ଟର

Published By : Prameya-News7 Bureau | December 30, 2018 IST

ଭୁବନେଶ୍ବର ୩୦|୧୨: ରାଜନୀତିକୁ ଲମ୍ପ ମାରିବେ ପୁର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ। ରେଢ଼ାଖୋଲ ବିକାଶ ପୋଷ୍ଟରରେ  ପୁର୍ତ୍ତ ସଚିବଙ୍କ ଫଟୋ । ପୁର୍ତ୍ତ ସଚିବ ଥିଲେ ବି  ସମ୍ବଲପୁର ନେତାଙ୍କ ସହିତ ଝୁଲିଲାଣି  ନଳିନୀକାନ୍ତ ପ୍ରଧାନଙ୍କ ଫଟୋ। ୨୮ ତାରିଖରେ ରେଢ଼ାଖୋଲର କଦମ୍ବ ପଡିଆରେ ବିକାଶ ସମାବେଶ ହୋଇଥିଲା। ସମାବେଶ ପୂର୍ବରୁ ରେଢ଼ାଖୋଲରେ ଲାଗିଥିବା ବିକାଶ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ, ସମ୍ବଲପୁର ଏମପି ନଗେନ୍ଦ୍ର ପ୍ରଧାନ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ସହିତ ପୁର୍ତ୍ତ ସଚିବ ନଳୀନ କାନ୍ତ ପ୍ରଧାନଙ୍କ ଫୋଟ ରହିଛି।  

{"id":68811}

ସେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ​‌ରେ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି। ସେଥିପାଇଁ ରେଢ଼ାଖୋଲ ବିକାଶ ସମାବେଶ ନଳୀନଙ୍କୁ ଏଣ୍ଟ୍ରି ଦିଆଯାଇଛି । ପୁର୍ତ୍ତ ସଚିବ ପ୍ରଧାନ ହୋଇଥିବାରୁ ସମ୍ବଲ ପୁରରେ ପ୍ରଧାନଙ୍କୁ ନେଇ ଏକ ଭୋଟ ବ୍ୟାଙ୍କ ମଧ୍ୟ ରହିଛି।

{"id":68812}

ଏପଟେ କିନ୍ତୁ ବିଜେଡି ଏପ୍ରସଂଗକୁ  ଏଡାଇ ଯାଇଛି। ଏପରି ଫୋଟ ଲାଗିବା  ଖବର କିଛି ନାହିଁ ବୋଲି କହିଛି ବିଜେଡି। ପୂର୍ତ୍ତ ସଚିବ ନଳୀନ କାନ୍ତ ପ୍ରଧାନ  ଅବସର ନେଇଥିଲେ ମଧ୍ୟ ସରକାର ତାଂକୁ ପୁନଶ୍ଚ ସଚିବ ପଦରେ ବସ୍ଥାପିତ କରିଛନ୍ତି। କିନ୍ତୁ ଚାକିରୀରେ ଥାଇ ବି ନେତାଙ୍କ ସାଙ୍ଗରେ ତାଙ୍କ ଫଟୋ ଲାଗିଲା ତାକୁ ନେଇ ଏବେ ବଡ ବିବାଦ ଛିଡା ହୋଇଛି।

{"id":68813}

ସୂଚନାଯୋଗ୍ୟ ଯେ, ନଳିନୀ କାନ୍ତ ପୂର୍ତ୍ତ ସଚିବ ଥିବାବେଳେ ହିଁ ଭୁବନେଶ୍ବର ରସୁଲଗଡ ଫ୍ଲାଏଓଭର ଓ ଜଟଣୀ ଫ୍ଲାଏଓଭ ଭୁଷୁଡି ଥିଲା।ଏହି ଫ୍ଲାଏ ଓଭରର ନିର୍ମାଣ ଦାୟିତ୍ବରେ ଥିବା ଫଣ୍ଡା ଇନଫ୍ରାକୁ ଅନୁଚିତ ଅନୁଗ୍ରହ ପ୍ରଦାନ କରାଯାଇଥିବା ଅଭିଯୋଗ ଉଠିଥିଲା। ପାୱାର କରିଡରରେ ନଳିନୀଙ୍କ ବେଶ୍‌ ପ୍ରଭାବ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.