ସୋମବାରରୁ ଶୁକ୍ରବାର ବଜାର ସମ୍ପୂର୍ଣ୍ଣ ସଟଡାଉନ୍, ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ପଦକ୍ଷେପ

Published By : Prameya-News7 Bureau | May 20, 2021 IST

ଭଦ୍ରକ ୨୦।୫: କରୋନା ସଂକ୍ରମଣକୁ ନଜରରେ ରଖି ବଜାରକୁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାକୁ ଦେଖି ଭଦ୍ରକ ଜିଲ୍ଲା ଗେଲପୁର ଗ୍ରାମପଞ୍ଚାୟତ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ଗ୍ରାମପଞ୍ଚାୟତ ତରଫରୁ ନଳାଙ୍ଗ ଅଞ୍ଚଳରେ ବୁଦ୍ଧିଜୀବୀ ଓ ବ୍ୟବସାୟୀଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ଭଦ୍ରକ ବ୍ଲକର ନଳାଙ୍ଗ ବଜାରକୁ ଆସନ୍ତା ୨୪ ତାରିଖ ସୋମବାରରୁ ୨୮ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ୍ ରହିବ । ଏହି ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.