Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୧୫ ମୃତ
  • ||
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||

ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଏବେ ବିଦେଶାଗତ ପକ୍ଷୀଙ୍କ ମେଳା: ବଢୁଛନ୍ତି ପର୍ଯ୍ୟଟକ

14/11/2018 at 7:00 PM

କୃଷ୍ଣପ୍ରସାଦ ୧୪|୧୧: ଶୀତଋତୁ ର ଆଗମନରେ ଚିଲିକା ବିହଙ୍ଗାରଣ୍ୟ ହୋଇଛି । କାହିଁ ଦେଶ ବିଦେଶରୁ ପକ୍ଷୀ ମାନଙ୍କ ଚିଲିକା ବକ୍ଷକୁ ସୁଅ  ଛୁଟିବାରେ ଲାଗିଛି । କିଚିରି ମିଚିରି ଶବ୍ଧରେ ଚିଲିକା ବକ୍ଷ ପ୍ରଫୁଲିତ ହେଉଛି । ସତେ ଜେମିତି  ଚିଲିକାରେ ପକ୍ଷୀମାନଙ୍କ ଆଗମନରେ ଚିଲିକା ହସି ଉଠୁଛି । ଚିଲିକାର ହସ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ  ଏହି ଋତୁରେ ସୁଅ ଛୁଟୁଛି । ଚିଲିକା ଏବେ ହାତଠାରି ଡାକୁଛି ତା ବକ୍ଷକୁ ପକ୍ଷୀ ଅଭାୟାରଣ୍ୟ ନଳବଣର ଦୃଶ୍ୟକୁ ଉପୋଭୋଗ କରିବା 

ଚିଲିକା ଏସିଆ ମହାଦେଶର ସର୍ବବୃହତ୍ତମ ଲୁଣା ହ୍ରଦ ଏବଂ ଏହା ଭାରତର ପ୍ରଥମ ଆଦ୍ରଭୂମି ଭାବେ ପରିଚିତ । ଚିଲିକା  କେବଳ ତାର ନୀଳ ଜଳରାଶି ଓ  ସୌନ୍ଦର୍ଯ୍ୟର ଗନ୍ତାଘର ପାଇଁ  ପର୍ଯ୍ୟଟକ , କବି ଓ ଭାବୁକ ତଥା ଦାର୍ଶନିକ ମାନଙ୍କୁ ଆକୃଷ୍ଠ କରିଥାଏ । ସେଥି ପାଇଁ ଦେଶ ବିଦେଶରେ ଚିଲିକା ନାମ ବିଖ୍ୟାତ । ବୋଧ ହୁଏ  ଏତେ  ଅଧିକ ଜୈବ ବିବିଧତା କୌଣସି ହ୍ରଦରେ ଦେଖାଯାଉନଥିବାରୁ ଭରପୁର ଖାଦ୍ୟର ସମ୍ଭାରକୁ ଭୁଲ ନପାରି ଅନେକ ବିଦେଶାଗତ ପକ୍ଷୀ  ଶୀତଋତୁରେ ଚିଲିକା କୁ ଆଗମନ କରିଥାନ୍ତି । ତେଣୁ ଶୀତଋତୁ ରେ  ସ୍ଥାନୀୟ ପକ୍ଷୀମାନଙ୍କ ସହିତ  ବିଦେଶାଗତ ପକ୍ଷୀଙ୍କ କଳରବ ଧ୍ବନିରେ ହ୍ରଦ ମୁଖରିତ ହୋଇଥାଏ ।   

ଚିଲିକାକୁ ସୁଦୁର ସାଇବେରିଆ, ମଙ୍ଗୋଲିଆ , ଇରାନ  ପ୍ରଭୁତି ଦେଶରୁ ବିଭିନ୍ନ ପ୍ରକାରାର  ପକ୍ଷ ମାନଙ୍କ ସମାଗମ ହୋଇଥାଏ । ଏପରିକି ବାର ହଡେଟ ,ଭରସିନ ଉଇଜନ,ଗଡୱାଲ , ନରଦନ ଶୋଭଲର ,କମନ କୁଡ ଆଦି ବିଭିନ୍ନ ପ୍ରଜାତିର ପଷୀ ଦେଖିବାକୁ ମିଲିଥାଏ । ଆଉ ପକ୍ଷୀ ଅଭ୍ୟାୟାରଣ୍ୟ ଚିଲିକାରେ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଧରେ ଫାଟି ପଡୁଛି ଚିଲିକା  । ଚିଲିକାର ପକ୍ଷୀଙ୍କୁ ଦେଖି ଉପୋଭୋଗ କରିବା ପାଇଁ କାଇଁ କତେ ଦୁରରୁ ପର୍ଯ୍ୟଟକମାନଙ୍କ ଚିଲିକାକୁ  ଶୁଅ ଛୁଟିବାରେ ଲାଗିଛି ।

 

ଚିଲିକାରେ ଲକ୍ଷାଧତ୍କ  ପକ୍ଷୀଙ୍କ ସମାଗମ ଦେଖି ବନ୍ୟପ୍ରାଣୀ ବନାଚଂଳ ତରଫରୁ ସୁରକ୍ଷା ପାଇଁ କୃଷ୍ଣପ୍ରସାଦ ଗଡ,ରମ୍ଭା,ଚିଲିକା ନୂଆପଡା ର ଚିଲିକା କୁଳରେ ପକ୍ଷୀ ସୁରକ୍ଷା ସ୍କ୍ବାଡ ଗଠନ କରାଯାଇଛି ବୋଲି କହିଛନ୍ତି ରମ୍ଭା ବନ୍ୟପ୍ରାଣି ବନାଚଂଳ ଅଧତ୍କାରୀ ନଗେନ ପଣ୍ଡା  । 

ଚଳିତ ବର୍ଷ ପକ୍ଷୀ ଅଭୟାରଣ୍ୟ ଚିକିକାରେ ଆଗକୁ ପର୍ଯ୍ୟଟକମାନଙ୍କୁ ସଂଖ୍ୟା ବଢିବ ବୋଲି ଆଶା କରାଯାଇଛି ।

   Related Posts