୭ ଗ୍ରାମବାସୀଙ୍କୁ ଅପହରଣ କଲେ ନକ୍ସଲ, ଉଦ୍ଧାର ପାଇଁ ଯାଇଥିବା ଅନ୍ୟ ୪ ଯୁବକ ବି ଅଟକ

Published By : Prameya-News7 Bureau | July 20, 2021 IST

ମାଲକାନଗିରି,୨୦/୦୭:    ମାଲକାନଗିରି-ଛତିଶଗଡ ସୀମାନ୍ତ  ସୁକୁମା ଜିଲ୍ଲାରେ ସାତ ଜଣ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ । ଅପହୃତ ସମସ୍ତ ସାତ ଜଣ ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଗ୍ରାମର ବୋଲି ଜଣାପଡିଛି ।

ସୂଚନାନୁସାରେ, ସୋମବାର ରାତିରେ ନକ୍ସଲମାନେ ୭ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ । ସେମାନଙ୍କୁ ଫେରାଇ ଆଣିବା ଲାଗି ନକ୍ସଲ ଶିବିରକୁ ଯାଇଥିବା ଅନ୍ୟ ଚାରି ଜଣ ଯୁବକ ମଧ୍ୟ ଫେରି ନାହାନ୍ତି । ସେମାନଙ୍କୁ ମଧ୍ୟ ନକ୍ସଲମାନେ ଅଟକ ରଖିଥିଲା ସନ୍ଦେହ କରାଯାଉଚି ।ନିକଟରେ ଗାଁର ଯୁବକ ମାନେ ପୋଲିସ ବାହିନୀରେ ଯୋଗ ଦେଇଥିଲେ । ଏଥିପାଇଁ  ନକ୍ସଲମାନେ ଏହି ଅପହରଣ କରିଥିବା ଜଣାପଡିଛି । ସୁକୁମା ପୋଲିସ ଘଟଣା ଉପରେ ନଜର ରଖିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.