Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଆତ୍ମସମର୍ପଣ କରିଥିବା ସାଥୀ ନକ୍ସଲଙ୍କୁ ହତ୍ୟା କଲା ଲାଲ୍ ବାହିନୀ, ରାସ୍ତାରେ ଫିଙ୍ଗିଦେଲେ ମୃତଦେହ

20/07/2021 at 12:25 PM

ମାଲକାନଗିରି,୨୦/୦୭:  ନଅ ବର୍ଷ ଧରି ମାଓ ସଂଗଠନ ପାଇଁ କାର୍ଯ୍ୟ କରିଥିବା ନକ୍ସଲ ସାଥୀକୁ ହତ୍ୟା କଲେ ଲାଲ୍ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ଗାଙ୍ଗାଲୁର ଗ୍ରାମର ରାଜୁ ବେଞ୍ଜାମ ଗତ ନଅ ବର୍ଷ ଧରି ମାଓ ସଂଗଠନରେ ରହି କାର୍ଯ୍ୟ କରୁଥିଲେ । ଏହା ସହ ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟରେ ଅନେକ ହିଂସା କାଣ୍ଡ ଘଟାଇଥିଲେ । ହେଲେ ନିଜ ପରିବାର କଥା ଚିନ୍ତା କରି ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ଗାଁରେ ରହି ନିଜ ପରିବାର ସହ ଚାଷବାସ କରୁଥିଲେ ରାଜୁ ।

ତେବେ ସୋମବାର ରାତିରେ ୧୫ ଜଣ ସଶସ୍ତ୍ର ନକ୍ସଲ ତାଙ୍କୁ ଘରେ ପଶି ଅପହରଣ କରିଥିଲେ । ଆଉ ମଙ୍ଗଳବାର ସକାଳେ ହତ୍ୟା କରି ବିଜାପୁର ଗାଙ୍ଗାଲୁର ରାସ୍ତାରେ ମୃତଦେହକୁ ଫିଙ୍ଗି ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

   Related Posts