Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଉଲଗ୍ନ ଅବସ୍ଥାରେ ଫ୍ରିଜରୁ ମହିଳାଙ୍କ ମୃତଦେହ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

24/06/2020 at 12:18 PM

ଯମୁନାନଗର ୨୪/୦୬ : ଘରେ ଏକା ରହୁଥିବା ଜଣେ ୫୭ ବର୍ଷ ବୟସ୍କା ମହିଳା କର୍ମଚାରୀ ମଙ୍ଗଳବାର ସନ୍ଧ୍ୟା ନଗ୍ନ ଅବସ୍ଥାରେ ନିଜ ସରକାରୀ ଆବାସରୁ ମୃତ ଉଦ୍ଧାର ହୋଇଛନ୍ତି | ଘରେ ଚାରିପଟେ ଜିନିଷପତ୍ର ଏପଟସେପଟ ହୋଇ ପଡିଥିଲା | ମହିଳାଙ୍କ ମୃତଦେହ ଫ୍ରିଜରେ ଥିଲା | ମୃତଦେହ ଦେଖିଲା ପରେ ମହିଳାଙ୍କୁ କିଏ ଜଣେ ହତ୍ୟା କରି ଫ୍ରିଜରେ ରଖିବାକୁ ପ୍ରୟାସ କରିଥିବା ଭଳି ସନ୍ଦେହ ହୋଇଥିଲା | ଏହି ହତ୍ୟା ମାମଲାର ଯାଞ୍ଚ ପାଇଁ ଯମୁନାନଗର ଏସପି ସିନ ଅଫ କ୍ରାଇମ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ | କିନ୍ତୁ ଏପର୍ଯ୍ୟନ୍ତ ହତ୍ୟା ମାମଲା ରହସ୍ୟମୟ ରହିଛି |

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟାରେ ହରିୟାଣା ଯମୁନାନଗର ରେଲୱେ ୱାର୍କସପ କଲୋନୀରେ ଜଣେ ୫୭ ବର୍ଷ ବୟସ୍କ ମହିଳାଙ୍କୁ ହତ୍ୟା ଖବର ମିଳିବ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ମହିଳା ଜଣକ ରେଲୱେ ୱାର୍କସପ କ୍ୟାଣ୍ଟିନରେ କାମ କରୁଥିଲେ | ସେ ଘରେ ଏକା ରହୁଥିଲେ | ତାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ଫ୍ରିଜରେ ରଖାଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା | ମହିଳାଙ୍କ ଶରୀର ଅଧା ଫ୍ରିଜରେ ଏବଂ ଅଧା ଫ୍ରିଜ ବାହାରେ ଥିଲା | ହତ୍ୟା ପରେ ମହିଳାଙ୍କ ମୃତଦେହକୁ ଫ୍ରିଜରେ ରଖିବାକୁ ହତ୍ୟାକାରୀ ପ୍ରୟାସ କରିଥିବା ଆଶଙ୍କା କରାଯାଇଥିଲା |

ହତ୍ୟା ସମ୍ପର୍କରେ ସୂଚନା ପାଇ ଯମୁନାନଗର ପୋଲିସ ଅଧିକ୍ଷକ କମଲଦୀପ ଗୋୟଲ ଘଟଣାସ୍ଥଳରେ ପହଞ୍ଚିଥିଲେ | ସିନ ଅଫ କ୍ରାଇମ ଏବଂ ଡଗ ସ୍କ୍ୱାଡ଼ ଟିମ ସହ ପୋଲିସ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ | ପୋଲିସ ଅଧିକ୍ଷକ କହିଛନ୍ତି ଯେ, ୫୭ ବର୍ଷ ବୟସ୍କା ସରୋଜ ନାମକ ମହିଳାଙ୍କ ମୃତଦେହ ତାଙ୍କ ସରକାରୀ ଆବାସରୁ ଉଦ୍ଧାର ହୋଇଛି | ପୋଲିସ ଅଧିକ୍ଷକ କହିଛନ୍ତି ଯେ ତାଙ୍କ ସହ ଅନ୍ୟ ସମସ୍ତ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ନିରୀକ୍ଷଣ କରିଛନ୍ତି |

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା କାରଣ ଜଣାପଡିବା ବୋଲି ପୋଲିସ ଅଧିକ୍ଷକ କହିଛନ୍ତି | ତେବେ ମହିଳାଙ୍କ ମୃତଦେହ ଯେଉଁଭଳି ଅବସ୍ଥାରେ ଉଦ୍ଧାର ହୋଇଛି ତାଙ୍କ ସହିତ ଦୁଷ୍କର୍ମ ମଧ୍ୟ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି | ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ହତ୍ୟା ରହସ୍ୟ ଜଣାପଡିବ ବୋଲି ସେ କହିଛନ୍ତି |

   Related Posts