ପୁଣି ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ : ଯୁବକ ଗିରଫ

Published By : Prameya-News7 Bureau | July 15, 2019 IST

କେନ୍ଦ୍ରାପଡା  ୧୫/୭: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଚଂଳର ଜଣେ ଛାତ୍ରୀ ଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାରମ୍ବାର ଅଶ୍ଳିଳ ଭିଡିଓ ଭାଇରାଲ ଘଟଣା ସାମ୍ନାକୁ ଆସୁଛି। ତେବେ ସୂଚନା ଅନୁଯାୟୀ ଛାତ୍ରୀ ଜଣକ ୨୦୧୪ ମସିହାରେ ମେଟ୍ରିକ ସମୟରୁ ପାଖ ଅଞ୍ଚଳର ସୌମ୍ୟ ରଞନ ସାହୁଙ୍କ ସହିତ ପ୍ରଥମେ କଥା ବାର୍ତ। ଓ ପରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ।

{"id":133732}

ଏବଂ ପରେ ସୁଯୋଗ ଦେଖି ନିଛାଟିଆ ଜାଗାରେ ଛାତ୍ରୀ ଜଣକ ସହ ଜୋରଜବରଦସ୍ଥ ଶାରିରୀକ ସଂମ୍ପର୍କ ରଖିଥିଲା । ଏହାର ଭିଡିଓ ଉତ୍ତୋଳନ କରି ନିଜ ପାଖରେ ରଖିଥିଲା । ପରେ ସେହି ଭିଡିଓ ଟିକୁ ଭାଇରାଲ କରିଦେବା ଧମକ ଦେଇ ବିଭିନ୍ନ ଜାଗାରେ ବିଭିନ୍ନ ସମୟରେ ଛାତ୍ରୀ ଜଣକ ସହ ବାରମ୍ବାର ଶାରିରୀକ ସଂମ୍ପର୍କ ରଖିବାରେ ସକ୍ଷମ ହୋଇଥିଲା । ତେବେ କେବଳ ସେତିକି ନୁହେଁ ସବୁ ଜାଗାର ଅନ୍ତରଙ୍ଗ ମୁହୁର୍ତର ଭିଡିଓ ସୁଟ କରି ଗୋଟେ ସିଡି କରି ରଖିବା ସହିତ କିଛି ଭିଡିଓ ଛାତ୍ରୀ ଙ୍କ ଅଜାଣତରେ ସୌମ୍ୟ ନିଜ ମୋବାଇଲରେ ମଧ୍ୟ ରଖିଥିଲା । ତେବେ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଭାଇରାଲ କରିବା ସହିତ ସିଡି ବଜାରରେ ବିକ୍ରି କରିବାକୁ ଧମକ ଦେବା ସହିତ  ଛାତ୍ରୀଙ୍କୁ ବ୍ଲାକମେଲିଂ କରି ନିଜ ସହିତ ବିବାହ କରିବାକୁ ଜିଦ ଧରି ବସିଥିଲା।

{"id":133730}

ଏକଥା ଛାତ୍ରୀ ଙ୍କ ପରିବାର ବିରୋଧ କରିବାରୁ ସଂମ୍ପୃକ୍ତ ସୌମ୍ୟ ନିଜର କିଛି ଅନ୍ତରଙ୍ଗ ଭିଡିଓ ଛାତ୍ରୀ ଙ୍କ ମାମୁଁଙ୍କ ପାଖକୁ ପଠାଇବା ସହିତ ସୋସିଆଲ ମିଡିଆରେ ଭାଇରାଲ କରିଛି । ଘଟଣା ଜଣା ପଡିବା ପରେ ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ଛାତ୍ରୀ ଜଣକ ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଯୁବକ ପାଖରୁ ଏକ ନିଜର ଅଶ୍ଳିଳ ଭିଡିଓ ର ସିଡି ଓ ମୋବାଇଲ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।

{"id":133719}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.