ହେଲିକେପ୍ଟର ଭିତରେ ସମ୍ଭୋଗ ସମୟରେ କ୍ୟାମରାରେ କୈଦ ହେଲା ଦମ୍ପତିଙ୍କ ଭିଡ଼ିଓ , ଭିଡିଓ କରିଥିବା ପୋଲିସ କର୍ମଚାରୀ ନିର୍ଦ୍ଦୋଷରେ ହେଲେ ଖଲାସ

Published By : Prameya-News7 Bureau | December 09, 2018 IST

ଲଣ୍ଡନ୯|୧୨: ନିଜର  ସୁରକ୍ଷା  ପାଇଁ ପ୍ରାୟ ସମସ୍ତେ ସିସିଟିଭି କ୍ୟାମରା ଲଗାଇଥାନ୍ତି । ଦେଶର ସୀମାରେ ଡ଼୍ରୋନ କି ସିସିଟିଭି କ୍ୟାମରା ଲାଗିଥାଏ ଦେଶର ସୁରକ୍ଷା ତଥା ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖିବାକୁ । ସୁରକ୍ଷାକୁ ଆଖିଆଗରେ ରଖି ମଲ୍ ,ହୋଟେଲ ,ରେଷ୍ଟୁରାଣ୍ଟରେ ମଧ୍ୟ ସିସିଟିଭି ଲାଗିଥାଏ । ଯଦି ଏହା ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରେ ,ତାହେଲେ ଆପଣ କରିବେ କଣ ।

{"id":62430}

ମନେକରାଯାଉ ଆପଣଂକ ପ୍ରେମିକା ସହ ବାହାରକୁ ବୁଲିବାକୁ ଯାଇଛନ୍ତି ,ହେଲେ ଆପଣଙ୍କ ଗୋପନୀୟ ମୁହୂର୍ତ୍ତର ଫଟୋ ଆପଣଙ୍କ ଅଜାଣତରେ କିଏ ଜଣେ ଭିଡ଼ିଓ କରିନେଇଛି । ଆପଣ କରିବେ କଣ….

ଯଦି ଆପଣ ଠିକରେ ଅଛନ୍ତି ତାହେଲେ ଆଇନର ଆଶ୍ରୟ ନେଇ ପାରନ୍ତି, ଯଦି ଆପଣ ଭୁଲ କରିଛନ୍ତି ତାହେଲେ ଆପଣ ଯେତେ ଆଇନର ଆଶ୍ରୟ ନେଲେ ବି  କ୍ଷମା ପାଇପାରିବେ ନାହିଁ ।

ଅନେକ ସମୟରେ  ଅସତର୍କ ହେଲେ କେହି ବି ତାର ଫାଇଦା ନେଇପାରନ୍ତି , ଏତିପାଇଁ ସବୁବେଳେ ସତର୍କ ହେବାକୁ ପଡ଼ିବ । ଯଦି ସେତିକି ନ କରନ୍ତି , ଟେକ୍ନୋଲୋଜି ଯେତେ ଉନ୍ନତ ହେଲାଣି ତା’ର ଦଶା ଭୋଗିବାକୁ ପଡ଼ିବ ।

ଆପଣଙ୍କ ଭିଡ଼ିଓ ବି କାହାର ନା କାହାର ମନୋରଂଜନ ମାଧ୍ୟମ ବି ପାଲଟିଯାଇପାରେ ।

{"id":62431}

ସେମିତି ଏକ ଘଟଣା ଘଟିଛି ବିମାନରେ ଯାତ୍ରା କରୁଥିବା ନବଦମ୍ପତିଙ୍କର । ସେମାନେ ହେଲିକେପ୍ଟରରେ ଯାତ୍ରାକରୁଥିବା ସମୟରେ ସୁରକ୍ଷା ବ୍ୟବସ୍ଥାରେ ଥିବା ପୋଲିସ ଅଫିସର ମାନେ ତାଂକ ଅନ୍ତରଂଗ ମୁହୂର୍ତ୍ତର ଭିଡ଼ିଓ ଉତ୍ତୋଳନ କରିଥିଲେ । ଯାହା ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଥିଲା ଏଇ ଘଟଣା ।

 ଏହି ଘଟଣାଟି ଘଟିଛି ବ୍ରିଟେନ ଦକ୍ଷିଣ ୟାର୍କଶାୟରରେ । ଯେଉଁଠି ସ୍ଵାମୀ-ସ୍ତ୍ରୀ ଯାତ୍ରା କରୁଥିବା ସମୟରେ ଏହିଭଳି ଘଟଣା ଘଟିଛି । ସେମାନେ ଯାତ୍ରା କରୁଥିବା ସମୟରେ ଖୋଲାଖୋଲି ଭାବେ ସମ୍ଭୋଗ କରୁଥିବାର ଭିଡ଼ିଓ ସୁଟିଂ ହୋଇଛି ଏବଂ ଏହା ସୁରକ୍ଷା ଦାଇତ୍ଵରେ ଥିବା ପୋଲିସ ଅଫିସର  କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା ।

କିନ୍ତୁ ଦମ୍ପତିଙ୍କ ଭିଡ଼ିଓ ଏତେ ଅଶ୍ଳୀଳ ଥିଲାଯେ ତାହା ଭାଇରାଲ ହେବାପରେ ନିଜେ ଇଜ୍ଜତ ଉପରେ ଆଂଚ ଆସିବା କଥା ସେମାନେ ଅଭିଯୋଗ କରିଛନ୍ତି । କିନ୍ତୁ ବିଚାର ବିଭାଗୀୟ ଅଦାଲତ କହିଛି, ସର୍ବସାଧାରଣ ଜାଗାରେ ସମ୍ଭୋଗ କରିବା ଅପରାଧ । ଲକ୍ଷେ ଟଂକା ଖର୍ଚ୍ଚ କରି ବିମାନ ଯାତ୍ରା କରିବା ବଡ଼ କଥା ନୁହେଁ , ବଡ଼କଥା ହେଲା ସୁରକ୍ଷା ଦାଇତ୍ଵରେ ଥିବା କର୍ମଚାରୀ ଆପଣଂକର କେତେ ବିଶ୍ବସ୍ଥ ଓ ସେମାନେ  କେତେଦୂର ସୁରକ୍ଷା ଦେଇପାରୁଛନ୍ତି । ସେହି ଅନୁସାରେ ଯେଉଁ ଭିଡ଼ିଓ କରାଯାଇଚି , ସେଥିରେ ଦାୟିତ୍ଵରେ ଥିବା ପୋଲିସ ଅଫିସରଂକୁ ଦୋଷ ଦେଇ ହେବନି । ସର୍ବସାଧାରଣ ଜାଗାରେ ସମ୍ଭୋଗ କରିବା ପୂର୍ବରୁ ଭାବିବା ଦରକାର, ସ୍ଥାନଟି ବେଡ଼ରୁମ ନୁହେଁ । ଅନ୍ୟଯାତ୍ରୀମାନେ ମଧ୍ୟ ଯାତ୍ରା କରୁଛନ୍ତି । ଯଦି ପୋଲିସ କିଛି ଦାଇତ୍ଵ ନ ନିଏ ,ଜନସାଧାରଣଙ୍କ ମଧ୍ୟ ବିଶ୍ଵାସ ରହିବ ନାହିଁ ।

ହେଲେ ଏ ଭିଡ଼ିଓରେ ସେମାନଙ୍କ କାର୍ଯ୍ୟକଳାପ ଯାହା ଅଛି ,କୌଣସି ପର୍ଣ୍ଣ ଭିଡ଼ିଓ ଠାରୁ ବି ଅଧିକ । ଏ ଭଳି କାମ ଯାତ୍ରା କରୁଥିବା ସମୟରେ  ଲଜ୍ୟାଜନକ ଅଟେ । ଏହି ଘଟଣାରେ ଓଲଟି କୋର୍ଟ  ଦମ୍ପତିଙ୍କୁ ଭର୍ତ୍ସନା କରିଛି ।  

କୋର୍ଟର ରାୟ ଦମ୍ପତିଙ୍କ ସପକ୍ଷରେ ଯାଇନାହିଁ । ଅଭିଯୁକ୍ତ ପୋଲିସ ଅଧିକାରୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.