ଛାତ୍ରୀଙ୍କ ନଗ୍ନ ଫଟୋ ସୁଟ୍‌ କରି ବ୍ଲାକମେଲିଂ: ୭ ଜଣଙ୍କ ମଧ୍ୟରୁ ଜଣେ ଗିରଫ

Published By : Prameya-News7 Bureau | October 16, 2020 IST

ଜୟପୁର୧୬/୧୦: ପ୍ରଥମେ ପ୍ରେମ, ତା ପରେ ଶାରୀରିକ ସଂପର୍କ।ଆଉ ସୁଯୋଗ ଦେଖି ଶାରୀରିକ ସଂପର୍କର ଭିଡିଓ ଉତ୍ତୋଳନ କରି ବ୍ଳାକ ମେଲିଂ। ସଂପର୍କରେ ଜାଲରେ ଫସାଇ ଏମିତି ବ୍ଳାକ ମେଲିଂ କରୁଥିବା ଜୟପୁରର ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଜୟପୁର ଟାଉନ ପୋଲିସ।ଗ୍ୟାଙ୍ଗର ୭ଜଣ ଯୁବକ ଚିହ୍ନଟ ହୋଇଥିବା ବେଳେ ଏହି ଗ୍ୟାଙ୍ଗରେ କିଛି ନାବାଳକ ବି ଅଛନ୍ତି।

ଏମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛି ପୋଲିସ।ତାଠାରୁ ମୋବାଇଲ ପୋଲିସ ଜବତ କରିବା ପରେ ମୋବାଇଲରୁ ଅନେକ କଲେଜ ଛାତ୍ରୀଙ୍କ ନଗ୍ନ ଓ ଅଶ୍ଳୀଳ ଭିଡିଓ ଏମାନେ ସୁଟ୍ କରିଥିବା ସାମ୍ନାକୁ ଆସିଛି।ଏହି ଗ୍ୟାଙ୍ଗର ଶିକାର ଅନେକ ଛାତ୍ରୀ ହୋଇଥିଲେ ବି ଲୋକ ଲଜ୍ଜା ଭୟରେ ପୋଲିସ ନିକଟରେ ଅଭିଯୋଗ କରିବାକୁ ଅନେକ ଛାତ୍ରୀ ଆସୁ ନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.