ଧାରାବାହିକ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ ଓ ଧମକ : ପୋଲିସ ନିକଟରେ ହେଲା ଅଭିଯୋଗ

Published By : Prameya-News7 Bureau | September 26, 2018 IST

ଭୁବନେଶ୍ବର ୨୬|୯: ଅସଦାଚରଣ ଅଭିଯୋଗ ଆଣିଛନ୍ତି ଓଡିଆ ଟିଭି ଧାରାବାହିକର ଜଣେ ଲୋକପ୍ରିୟ ଅଭିନେତ୍ରୀ । ତାଙ୍କ ସଂପର୍କୀୟଙ୍କ ସହ ଆଜି ପୋଲିସ କମିଶନରଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ହେଲା କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ହ୍ବାଟସଆପ୍ କୁ ବାରମ୍ବାର ଅଶ୍ଳୀଳ ଭାଷା ଲେଖି ପଠାଉଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ନିକଟରେ ଅଭିନେତ୍ରୀ ଏହିସବୁ ମେସେଜର ସ୍କ୍ରିନସଟ୍ ମଧ୍ୟ ଦାଖଲ କରିଛନ୍ତି । ମେସେଜ୍ ଆସୁଥିବା ଗୋଟିଏ ନମ୍ବରକୁ ବ୍ଲକ୍ କଲେ ପୁଣି ଆଉ ଗୋଟିଏ ନମ୍ବରରୁ ସେ ମେସେଜ କରୁଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ଫଟୋସପରେ ଅଭିନେତ୍ରୀଙ୍କ ଫଟୋକୁ ଯୋଡି ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଛାଡି ଦିଆଯିବ ବୋଲି ଏହି ଦୁର୍ବୃତ୍ତ ମେସେଜ୍ ରେ ଧମକ ଦେଇଛି । ଏଥିସହ ପୋଲିସକୁ ଜଣାଇଲେ ଏସିଡ ପକାଇଦିଆଯିବ ବୋଲି ଚେତାବନୀ ଦେଇଛି । ପୋଲିସ କମିଶନର ଏହି ଘଟଣାକୁ ଗୁରୁତର ସହ ନେଇ ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.