Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମହଙ୍ଗା ପଡିଲା ଅଫେୟାର, ଚତୁର୍ଥ ମହଲାରେ ଉଲଗ୍ନ ଝୁଲିଥିବା ବେଳେ ଯୁବକ ଖସିପଡିଲେ ତଳକୁ, ଭିଡିଓ ଭାଇରାଲ

2/12/2019 at 2:04 PM

ସୋସାଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ପୁରୁଷଙ୍କୁ ବିଲ୍ଡିଂର ଚତୁର୍ଥ ମହଲା ଝରକା ତଳେ ନଗ୍ନ ଅବସ୍ଥାରେ ଝୁଲୁଥିବା ଦେଖାଯାଇଛି। ଭିଡିଓ କେଉଁଠିକାର ତାହା ସ୍ପଷ୍ଟ ହୋଇନଥିଲେ ହେଁ ପରକୀୟା ପ୍ରୀଜି ଜନିତ ଘଟଣା ବୋଲିସ୍ପଷ୍ଟ ବାରିହୋଇଯାଉଛି। କୋଠାରେ ଝୁଲୁଥିବା ଉଲଗ୍ନ ପୁରୁଷଟି ବାନ୍ଧବୀଙ୍କୁ ଭେଟିବାକୁ ଆସିଥିବା ବେଳେ ହୁଏତ ତାଙ୍କ ସ୍ୱାମୀ କି ସମ୍ପର୍କୀୟ ଆସିଯାଇଛନ୍ତି। ଏଣୁ ନିର୍ବସ୍ତ୍ର ପ୍ରେମିକଟି କୌଣସିବାଟ ନ ପାଇ ବେଡରୁମ ଝରକା ତଳେ ଝୁଲି ରହିବାକୁ ହୁଏତ ବାଧ୍ୟ ହୋଇଛନ୍ତି।

ଘଟଣାକୁ ବିଲ୍ଡିଂ ତଳେ ଲୋକେ ବେଶ୍ ଉପଭୋଗ କରୁଥିବାର ଭିଡିଓରୁ ଆସୁଥିବା ଶବ୍ଦରୁ ଜଣାପଡୁଛି। ହେଲେ ନଗ୍ନ ପୁରୁଷଙ୍କୁ କୌଣସି ସହାୟତା ମିଳି ନପାରିବାରୁ ତାଙ୍କ ହାତ କୋହଳ ହେବାମାତ୍ରେ ତଳକୁ ଖସିପଡୁଥିବା ଦେଖାଯାଛି। ଲୋକଟି ୪ ମହଲାରୁ ସିଧା ଡଷ୍ଟବିନରେ ପଡୁଥିବା ବେଳେ ଗୁରୁତର ଆହତ ବି ହୋଇଛି। ମାତ୍ର ୧୦ ସେକେଣ୍ଡର ଏହି ଭିଡିଓଟି ନଭେମ୍ବର ୩୦ ତାରିଖଦିନ ସୋସାଲ ମିଡିଆରେ ଅପଲୋଡ ହୋଇଥିଲା।

ଭିଡିଓ ଅପଲୋଡ ହେବା ପରଠାରୁ ଖବର ଲୋଖାଯିବା ପର୍ଯ୍ୟନ୍ତ ସାରା ବିଶ୍ୱରେ ପ୍ରାୟ ୫ ମିଲିନୟନ ଥର ଦେଖାଯାଇସାରିଥିବା ବେଳେ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ଲାଇକ୍ କରିଛନ୍ତି। ସେହିପରି ୨୦ ହଜାରରୁ ଊର୍ଦ୍ଧ୍ୱବାର ଭିଡିଓ ସେୟାର ହୋଇଥିବା ଜଣାପଡିଛି। ସେହିପରି ଭିଡିର ୨୦ ହଜାରରୁ ଅଧିକବାର ରିଟ୍ୱିଟ୍ ବି ହୋଇସାରିଲାଣି। କୁହାଯାଉଛି ଭିଡିଓଟି ଚୀନର ବୋଲି। ହେଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ। ହେଲେ ଲୋକଟି ୪ ମହଲାରୁ ଖସିପଡୁଥିବା ବେଳେ ଘଟଣାର ମଜା ନେଉଥିବା ଲୋକଙ୍କ ହୋ ହଲ୍ଲା କିନ୍ତୁସ୍ପଷ୍ଟଶୁଣି ହେଉଛି।

   Related Posts